ମାଲକାନଗିରି,୧୨/୦୯(ପିପିଟି):ଲଘୁଚାପ ଯୋଗୁଁ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଦିନ ରାତି ଅବିଶ୍ରାନ୍ତ ଗତିରେ ବର୍ଷା ଯୋଗୁଁ ବାହାରକୁ ଯିବା ଆସିବା କଷ୍ଟ ସାଧ୍ୟ ହୋଇପଡିଛି। ବିଭିନ୍ନ ନଈ ନାଳରେ ଜଳ ପତ୍ତନ ବୃଦ୍ଧି ପାଇଛି। ବର୍ତ୍ତମାନଚାଲାଣଗୁଡାପାଙ୍ଗାମ,ପଟେରୁ,କାଙ୍ଗୁରକୋଣ୍ଡା,
କନ୍ୟାଶ୍ରମର ସାବେରୀ, ଏମଭି-୯୦,ପଡିଆ ଆଦି ନଦୀରେ ଥିବା ପୋଲ ଉପରେ ୨ରୁ ୩ ଫୁଟ୍ ପର୍ଯ୍ୟନ୍ତ ଜଳ ପ୍ରବାହିତ ହେଉଛି। ଯାତାୟାତ ବାଧାପ୍ରାପ୍ତ ହୋଇଛି। ଯାନବାହାନ ଦୁଇ ପାର୍ଶ୍ଵରେ ଅଟକି ରହିଛି। ସେହିପରି ଯାତ୍ରୀମାନେ ମଧ୍ୟ ପୋଲର ଦୁଇ ପାର୍ଶ୍ଵରେ ବନ୍ଦୀ ଅବସ୍ଥାରେ ରହିଛନ୍ତି । ନଦୀ ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଧାନ ଜମି ଗୁଡିକ ଜଳମଗ୍ନ ରହିଛି। ଆଜି ସକାଳ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ୮୦୪.୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସାତଟି ବ୍ଳକ ମଧ୍ୟରୁ ମାଲକାନଗିରି ବ୍ଳକରେ ୧୩୬ ବର୍ଷା ସର୍ବାଧିକ ରେକର୍ଡ କରାଯାଇଛି। ମାଥିଲି ବ୍ଲକ୍ ରେ ୮୫ମିମି, ଖଇରପୁଟ ବ୍ଲକରେ ୧୮୨ ମିମି, ଚିତ୍ରକୋଣ୍ଡା ବ୍ଳକରେ ୧୯୨ମିମି,କୋରୁକୋଣ୍ଡା ବ୍ଳକରେ ୧୩୪ ମିମି, କାଲିମେଳା ବ୍ଲକରେ ୮୫ମିମି ଏବଂ ପଡିଆ ବ୍ଳକରେ ସର୍ବ ନିମ୍ନ ୨୯.୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ହାରାହାରି ୧୧୪.୮୭ ବର୍ଷା ୨୪ ଘଣ୍ଟା ମଧ୍ୟରେ ରେକର୍ଡ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ପଟେରୁ ଠାରେ ୪୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଛି। ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ବର୍ଷା ଲାଗିରହିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)