ମାଲକାନଗିରି ଜିଲ୍ଲାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ମାଲକାନଗିରି,୨୭/୦୧(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଦଣ୍ଡକାରଣ୍ୟ ଖେଳ ପଡିଆ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସରେ ଜଳସମ୍ପଦ , ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ , ଅନେକ ଜାତି, ଭାଷା,ଧର୍ମ,ବିଶ୍ବାସ, ସଂସ୍କୃତି, ପମ୍ପରାକୁ ଆମେ ବଜାଇରଖିବା ସହ ଯେଉଁ ମହାନମାନବ,ବରପୁତ୍ର ନିଜର ଅସୀମତ୍ୟାଗ , ଆତ୍ମବଳୀ ପ୍ରତିଦାନରେ ଆମ ପାଇଁ ସ୍ଵାଧୀନ ଅଣି ଭାରତକୁ ଏକ ସର୍ବଭୌମ , ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିଛନ୍ତି ସେମାନେ ଆମର ଏବେ ବି ଚିରସ୍ମରଣୀୟ ରହିଛନ୍ତି । ଏହି ମାଟିରେ ଅନେକ ସଂଗ୍ରାମୀଙ୍କ ରକ୍ତ ପ୍ରଭାବିତ ହୋଇଛି, ଜିଲ୍ଲା ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହ ଯୋଗ ଆବଶ୍ଯକ ବୋଲି ମତବ୍ୟକ୍ତ କରିଥିଲେ। ଆମେ ଭାରତ ବାସୀ ଭାରତକୁ ଏକ ସର୍ବଭୌମ , ସମାଜବାଦୀ , ଧର୍ମନିରପେକ୍ଷ,ଗଣତାନ୍ତ୍ରୀକ ସାଧରଣତନ୍ତ୍ର ରୂପେ ସଂସ୍ଥାପିତ କରିବା ପାଇଁ ଏହାର ସମସ୍ତ ଲାଗରିକଙ୍କୁ ସସାମଜିକ , ଅର୍ଥନୈତିକ, ରାଜନୈତିକ ନ୍ୟାୟ ଦେବାଦରକାର,ବ୍ଯକ୍ତିର ମର୍ଯ୍ୟାଦା, ଜାତିର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରିବା ପୂର୍ବକ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ଵକୁ ପ୍ରୋତ୍ସାହିତ କରିବାଦରକାର ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା କୃତ୍ତି ପ୍ରତିଯୋଗିମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା।ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ । ମଞ୍ଚରେ ମନ୍ତ୍ରୀଙ୍କ ସହିତ ଜିଲ୍ଲାପାଳ ବିଶାଲ ସିଂହ,ଏସପି ନିତେଶ ୱାଧୱାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ,ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଶିଶୁ ଯତ୍ନକେନ୍ଦ୍ରରେ ମନ୍ତ୍ରୀ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ।
ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment