ମାଲକାନଗିରି,୨୬/୦୫(ପିପିଟି) :ଆଜି ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ ପାଶ ହାର ୯୫.୦୪% ରହିଥିବା ବେଳେ ୪ ଜଣ ଛାତ୍ରଛାତ୍ରୀ ଟପ୍ପର ଜିଲ୍ଲା ରେ ଟପ୍ପର ହୋଇଥିବା ଜଣାପଡ଼ିଛି।
ମାଲକାନଗିରି ଜିଲ୍ଲାରେ ଟପ୍ପର ହୋଇ ଗୈାରବ ବିମଣ୍ଡିତ କରି ଥିବା ଟପ୍ପର ଛାତ୍ରଛାତ୍ରୀମାନ ହେଲେ ଚନ୍ମୟ ପ୍ରସାଦ ପଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାଲିମେଳା ୫୫୨ ମାର୍କ ରଖିଥିବା ବେଳେ ସେହି ବିଦ୍ୟାଳୟର ମହେଶ ରଞ୍ଜନ ବେହେରା ୫୫୨ ମାର୍କ ରଖି ଦୁହେଁ ମାଲକାନଗିରି ଜିଲ୍ଲାରେ ଯୁଗ୍ମ ପ୍ରଥମ ଟପ୍ପର ହୋଇଛନ୍ତି। ସେହିପରି ଏମଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ବିନିତ ବିଶ୍ବାସ ୫୫୧ ମାର୍କ ରଖି ଜିଲ୍ଲାର ଦ୍ବିତୀୟ ଟପ୍ପର ହୋଇଛନ୍ତି। ଅନ୍ୟ ପକ୍ଷରେ ଶ୍ରଦ୍ଧାଞ୍ଜଳୀ ବେହେରା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ବାଲିମେଳା ୫୪୮ ନମ୍ବର ରଖି ଜିଲ୍ଲାରେ ତୃତୀୟ ଟପ୍ପର ହୋଇଥିବା ଜଣାପଡ଼ିଛି।
ମାଲକାନଗିରି ଜିଲ୍ଲାରେ ଚଳିତ ୧୦ମ ବୋର୍ଡ ପରୀକ୍ଷା ୮୭୨୧ ଜଣ ନାମ ପଞ୍ଜୀକରଣ କରିବା ବେଳେ ୮୫୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିଲେ।୧୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ରେ ଅନୁପସ୍ଥିତ ରହିଥିଲେ। ଆଜି ୧୦ମ ପରୀକ୍ଷା ରେ ୮୨୭୫ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ । ୨୪୩ ଛାତ୍ରଛାତ୍ରୀ ଆକୃତ କାର୍ଯ୍ୟ ହୋଇଥିଲେ। ତେବେ ଏ(୧)ରେ ୪ ଜଣ,ଏ(୨)ରେ୩୦ ଜଣ,ବି(୧)ରେ ୧୦୧ ଜଣ,ବି(୨)ରେ ୨୮୫ ଜଣ,ସି -ରେ ୧୩୮୪ ଜଣ, ଡି-ରେ ୩୨୫୨ ଜଣ,ଇ-ରେ ୩୨୧୯ ଜଣ,ଏଫ-ରେ ୩୨୧୯ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)