ମାଲକାନଗିରି,୧୮/୦୫(ପିପିଟି): ଆଜି ୧୦ମ ବୋର୍ଡ ପରୀକ୍ଷା ଫଳ ଘୋଷଣା କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ପାଶ ହାର ୯୨.୬୮ ପ୍ରତିଶତ ରହିଛି । ଚଳିତ ୨୦୨୨/୨୩ ଶିକ୍ଷା ବର୍ଷରେ ୧ମ ବୋର୍ଡ ପରୀକ୍ଷା ଲାଗି ୭,୧୭୧ ଛାତ୍ରଛାତ୍ରୀ ଫର୍ମ ଫିଲାପ କରିଥିଲା ବେଳେ ୬,୮୫୭ ଜଣ ପିଲା ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ।ତନ୍ମଧ୍ଯରୁ ୬,୬୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।ବାକି ୨୧୧ ଜଣ ଅକୃତକାର୍ଯ୍ଯ ହୋଇଥିଲେ । ତେବେ ୧୦ମ ପରୀକ୍ଷାରେ ଏ-୧ ରେ ୭ ଜଣ, ଏ-୨ରେ ୪୭ ଜଣ, ବି-୧ରେ ୧୪୪ ଜଣ,ବି-୨ରେ ୪୪୯ ଜଣ,ସି ରେ ୧୪୩୩ ଜଣ,ଡି ରେ ୨୪୨୧ ଜଣ,ଇ ରେ ୨୧୪୫ ଜଣ ଏବଂ ଏଫ ରେ ୨୦୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି ।
ତେବେ ଏ-୧ରେ ମାତ୍ର ୭ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏହି ଫଳାଫଳ ପୂର୍ବାପେକ୍ଷା ନୈରାଶ୍ଯଜମକ ବୋଲି କୁହାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)