ମାଲକାନଗିରି ଜିଲ୍ଲାରେ ପ୍ରଥମ ଟିକା କରଣ ୬୯ ହଜାର୨୬୬ ଜଣ ଏବଂ ଦ୍ବିତୀୟ ଟିକା କରଣ ୨୪ ହଜାର୪୬୯ ଜଣଙ୍କୁ ପ୍ରଦାନ ।

ମାଲକାନଗିରି,୧୮/୦୫(ପିପିଟି); କରୋନାର ଦ୍ବିତୀୟ ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ ସଂଖ୍ଯା ମଧ୍ଯ ତତୋଧିକ ବୃଦ୍ଧି ପାଇଛି ।ବର୍ତ୍ତମାନ ସର୍ବତ୍ର ମରଣର କୋକୟା ଭୟ ସୃଷ୍ଟି ହୋଇଛି । ଦିନ ରାତି ମଶାଣୀରେ ଜୁଇ ଜଳୁଛି । ମଣିଷ ବଞ୍ଚବା ପାଇଁ ତ୍ରାହି ତ୍ରାହି ଡାକୁଛି । କିଏ ଦିଅଁ ଦେବତାଙ୍କୁ ଜୀଇଁବା ପାଇଁ ଆକୁଳ ପ୍ରାର୍ଥନା କରୁଛି !ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁରେ ଆଖିରୁ ଲୁହ ଶୁଖୁନି । ମାନବ ସଭ୍ଯତାକୁ କରୋନା ମହାମାରିରୁ ବଞ୍ଚାଇବା ପାଇଁ ଅହରହ ପ୍ରଚେଷ୍ଟା ଜାରି ରହିଛି । ଅତଏବ ବୈଜ୍ଞାନିକମାନଙ୍କ ଆପ୍ରାଣ ଉଦ୍ଯମ ପରେ ଉଦ୍ଭାବନା ହୋଇଛି ବିଭିନ୍ନ ପ୍ରକାର କରୋନା ଟିକା । କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ବର୍ତ୍ତମାନ କୋଭିସିଲ୍ଡ ଟିକା ଓଡିଶାର ବିଭିନ୍ନ ଜିଲ୍ଲାରେ ବ୍ଯକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଥିବା ବେଳେ ଆଦିବାସୀ
ଅଧ୍ୟୁଷିତ ଜିଲ୍ଲାରେ ମଧ୍ଯ କରୋନା ଟିକା ପ୍ରଦାନ ପ୍ରକ୍ରିୟା ଅବ୍ଯାହତ ଜାରି ରହିଛି ।
ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ପ୍ରଥମ ଟିକା କରଣ (ଡୋଜ୍) ୬୯ ହଜାର ୨୬୬ ଜଣଙ୍କୁ ପ୍ରଦାନ କରାଯାଇଛି । ସେହି ପରି ଦ୍ବିତୀୟ ଟିକାକରଣ ୨୪ ହଜାର ୪୬୯ ଜଣ ବ୍ଯକ୍ତିଙ୍କୁ ପ୍ରଦାନ କରାଯାଇଥିଲା ଜଣାପଡିଛି । ପ୍ରଥମେ ମାଲକାନଗିରି ଜିଲ୍ଲାରେ କାର୍ଯ୍ଯରତ ସମସ୍ତ ସ୍ବାସ୍ଥ୍ଯ ବିଭାଗର ୪ ହଜାର ୭୩୮ ଜଣ କର୍ମଚାରୀମାନଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ଟିକା କରଣ ୪ନହଜାର ୧୨୯ ଜଣଙ୍କୁ କରାଯାଇଥିଲା । ସେହିପରି ଫ୍ରଣ୍ଟ ଲାଇନ ୱାର୍କରମାନଙ୍କୁ ପ୍ରଥମ ଟିକା କରଣ ୮ ହଜାର ୧୨୦ ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ୫ ହଜାର ୩୭୫ ଜଣ ଫ୍ରଣ୍ଟ ଲାଇନ ୱାର୍କରମାନଙ୍କୁ ପ୍ରଦାନ କରାଯୀଇଥିଲା । ଅନ୍ଯପକ୍ଷରେ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ମାନଙ୍କୁ ପ୍ରଥମ ଟିକା କରଣ ୫୬ ହଜାର ୪୦୮ ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ୧୪ ହଜାର ୯୬୫ ଜଣ ବରିଷ୍ଠ ନାଗିରିକ ମାନଙ୍କୁ ଦ୍ବିତୀୟ ଥର ଟିକା କରଣ କରାଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜିଲ୍ଲାରେ ୧୮ ବର୍ଷରୁ ୪୫ ବର୍ଷ ମଧ୍ଯରେ ବ୍ଯକ୍ତି ବିଶେଷଙ୍କୁ ଟିକା କରଣ କରିବାର ଯୋଜନା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ବୟସର କୌଣସି ବ୍ଯକ୍ତିଙ୍କୁ ଟିକା କରଣ କରାଯାଇ ନାହିଁ ।ମାଲକାନଗିରି ଜିଲ୍ଲାରେ କେତେ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯିବ,ସ୍ବାସ୍ଥ୍ଯ ବିଭାଗ ଦ୍ବାରା ଆକଳନ କରାଯାଇ ନଥିବା ଜଣା ପଡିଛି । ବର୍ତ୍ତମାନ ପ୍ରାୟ ୩ ହଜାର ଟିକା ମହଜୁଦ ଥିବା ଜଣା ପଡିଛି । ରାଜ୍ଯ ସରକାରଙ୍କ ଦ୍ବାରା ମାଲକାନଗିରି ଜିଲ୍ଲାକୁ କୋଭିସିଲ୍ଡ ଟିକା କ୍ରମାଗତଃ ଭାବେ ବଣ୍ଟନ ପ୍ରକ୍ରିୟାରେ ଗ୍ରହଣ କରାଯାଉଥିବା କୁହାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment