ମାଲକାନଗିରି ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଆନ୍ତଃଜାତି ବିବାହ।

ମାଲକାନଗିରି,୦୯/୦୬(ପିପିଟି): ହିନ୍ଦୁ ଧର୍ମରେ ଜାତି ପ୍ରଥା ଏକ କଳଙ୍କିତ,କୁସଂସ୍କାର ଏବଂ ମାନବବାଦ ବିରୋଧି ପରମ୍ପରା ।ଏହି ପ୍ରଥା ଯୋଗୁଁ ମାନବ ମାନବ ମଧ୍ଯରେ ଇର୍ଷା,ଘୃଣା, ପରଶ୍ରୀକାତରତା ବୃଦ୍ଧି ପାଇଥାଏ । ଜାତି ପ୍ରଥା ଯୋଗୁଁ ବହୁ ହିଂସା କାଣ୍ଡ ମଧ୍ଯ ସଂଘଠିତ ହୋଇଥାଏ । ଜାତି ପ୍ରଥାକୁ ବିଲୋପ କରିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧି,ଇଭି ରାମସ୍ବାମୀ ନାଇକର, ଜ୍ଯୋତିବା ରାଓ ଫୁଲେ, ଡଃ ବିଆର ଆମ୍ବେଦକରଙ୍କ ନାମ ଉଲ୍ଲଖନୀୟ । ଭାରତୀୟ ସମ୍ବିଧାନ ଅନୁସାରେ ସମସ୍ତ ମଣିଷ ସମାନ ।ବିଶେଷ କରି ହିନ୍ଦୁ ଧର୍ମରେ ବର୍ଣ୍ଣ ଏବଂ ଜାତି ବ୍ଯବସ୍ଥା ରହିଛି । ବ୍ରହ୍ମଙ୍କ ମୁଖରୁ ବ୍ରାହ୍ମଣ,ବାହୁରୁ କ୍ଷେତ୍ରୀୟ,ଉରରୁ ବୈଶ୍ଯ ଏବଂ ପାଦରୁ ଶୂଦ୍ର ଜନ୍ମ ହେବାର ବିଶ୍ବାସ କରାଯାଏ । ବର୍ତ୍ତମାନ ଭାରତ ବର୍ଷରେ ଜାତି ଉପଜାତିକୁ ମିଶାଇଲେ ୭ ହଜାରରୁ ଉର୍ଦ୍ଧ୍ବ ହେବ । ଜାତି ଏକ ବିଶାଳ ପିରାମିଡ ସଦୃଶ୍ୟ । କିଛି ଜାତି ନିଜକୁ ଉଚ୍ଚ ଏବଂ ପବିତ୍ର ମାନୁଥିବା ବେଳେ କିଛି ଜାତି ନୀଚ୍ଚ ତଥା ଅପବିତ୍ର ବୋଲି ବିବେଚନା କରନ୍ତି । ହିନ୍ଦୁ ଧର୍ମରେ ଦଳିତମାନଙ୍କୁ ସର୍ବ ନିମ୍ନ ଜାତି ଏବଂ ଅସ୍ପୃଶ୍ୟ ଭାବରେ ଗ୍ରହଣ କରାଯାଇଥାଏ ।ଏହି କଳଙ୍କିତ ଜାତି ପ୍ରଥାକୁ ତଥା ଏହି ଜାତିଆଣ ଭେଦ ଭାବକୁ ଦୂରିକରଣ ଲାଗି ସାମାଜିକ ସ୍ତରରେ ପ୍ରୟାସ ଜାରି ରହିଛି । ୧୯୬୧ ରେ ସିଭିଲ ରାଇଟ ଆକ୍ଟ ଅନୁଯାୟୀ ଛୁଆଁ ଅଛୁଆଁ ଭେଦଭାବ ଦୂରିକରଣ ଲାଗି ଆନ୍ତଃଜାତି ବିବାହକୁ ଗୁରୁତ୍ବ ପ୍ରଦାନ କରାଯାଇଛି । ଏଥି ପାଇଁ ଆମ୍ବେଦକର ସ୍କିମ ଫର ସୋସିଆଲ ଇଣ୍ଟ୍ରିପ୍ରେସନ ଥ୍ରୋ ଇଣ୍ଟର କାଷ୍ଟ ମ୍ଯାରେଜ ଯୋଜନା ସ୍ଥାପନ କରାଯାଇଛି । ଜାତି ପ୍ରଥାର ବିଲୋପ ପାଇଁ ସଚେତନଶୀଳ ଯୁବକ ଯୁବତୀମାନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହିତ କରାଯାଉଛି ।୨୦୧୩ ମସିହାରେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂ ରହିଥିଲେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଫଳରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରାଯାଇ ଆସୁଅଛି ।ବର୍ତ୍ତମାନ ଆନ୍ତଃଜାତି ବାବାହ କଲେ ସରକାର ନବ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ସିଧା ଶଳଖ ଦେଇଥାନ୍ତି । ଏଥି ପାଇଁ ପୁଅର ବୟସ ୨୧ ବର୍ଷ ଏବଂ ଝିଅର ବୟସ ୧୮ ବର୍ଷ ହୋଇଥିବା ଆବଶ୍ଯକ । ପୁଅ କିମ୍ବା ଝିଅ ସବର୍ଣ୍ଣ ଜାତିର ହେବା ଆବଶ୍ଯକ । ଯେ କୌଣସି ସବର୍ଣ୍ଣ ଜାତିର ପୁଅ ଅବା ଝିଅ ଦଳିତ ବା ଏସସି ସଂପ୍ରଦାୟର ପୁଅ ଅବା ଝିଅକୁ ବିବାହ କଲେ ସବର୍ଣ୍ଣ ଜାତିର ପୁଅ କିମ୍ବା ଝିଅକୁ ସରକାର ପ୍ରୋତ୍ସାହନ ରାଶି ସ୍ବରୂପ ୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥାନ୍ତି । ଏଥି ପାଇଁ ରେଜିଷ୍ଟ୍ର ମ୍ଯାରେଜ୍ କରିବା ପ୍ରମାଣ ପତ୍ର ସହ ସ୍ଥାନୀୟ ଜିଲ୍ଲା ମଙ୍ଗଳ କାର୍ଯ୍ଯାଳୟରେ ଆବେଦନ କରିବାକୁ ପଡିଥାଏ । କିନ୍ତୁ ଆଦିବାସୀର ପୁଅ କିମ୍ବା ଝିଅକୁ ସବର୍ଣ୍ଣ ଜାତିର ପୁଅ କିମ୍ବା ଝିଅ ବିବାହ କଲେ ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି ମିଳିନଥାଏ ।କାଣର ଆଦିବାସୀମାନେ ହିନ୍ଦୁ ନୁହନ୍ତି । ସେମାନେ ବ୍ରହ୍ମା,ବିଷ୍ଣୁ ଏବଂ ଶିବଙ୍କୁ ପୂଜା ବା ଉପାସନା କରିନଥାନ୍ତି । ହିନ୍ଦୁମାନଙ୍କର ବର୍ଣ୍ଣ ବୈଷମ୍ଯରୁ ସେମାନେ ବାହାର ।ଆଦିବାସୀମାନେ ପ୍ରକୃତିର ଉପାସକ ଅଟନ୍ତି । କେବଳ ଦଳିତଙ୍କ କ୍ଷେତ୍ରରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ରାଶି ମିଳିଥାଏ । ଯଦି କୌଣସି ଦଳିତ ଧର୍ମ ପରିବର୍ତ୍ତନ କରିଦିଏ,ତେବେ ଏହି ସୁବିଧା ସୁଯୋଗରୁ ମଧ୍ଯ ବଞ୍ଚିତ ହେବାକୁ ପଡିଥାଏ । ମାଲକାନଗିରି ଜିଲ୍ଲା ଆନ୍ତଃବିବାହ ଅନ୍ଯାନ୍ଯ ଜିଲ୍ଲା ତୁଳଳାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜଣା ପଡିଛି । ଏହି ଜିଲ୍ଲାରେ ଅନାନ୍ଯା ଜିଲ୍ଲା ତୁଳନାରେ ଜାତିପ୍ରଥା ପ୍ରାୟ ନାହିଁ କହିଲେ ତଳେ । ତେଣୁ ଆନ୍ତଃଜାତି ବ୍ବାହକୁ ଯୁବକ ଯୁବତୀମାନେ ଗୁରୁତ୍ବ ଦେଇ ସରକାରଙ୍କ ଯୋଜନାର ଫାଇଦା ଉଠାଇଥାନ୍ତି । ଏକ ଆକଳନରୁ ଜଣାପଡିଛିଯେ ମାଲକାନଗିରି ଜିଲ୍ଲାରେ ଆନ୍ତଃଜାତି ବିବାହ ୨୦୧୯/୨୦ ମସିହାରେ ୧୫ ଜଣ,୨୦୨୦/୨୧ରେ ୪୧ ଜଣ ଏବଂ ୨୦୨୧/୨୨ରେ ୩୫ ଜଣ ଆନ୍ତଃଜାତି ବିବାହ କରିଥିବା ମାଲକାଗିରି ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment