ମାଲକାନଗିରି ଜିଲ୍ଲାରେ ଆଜି ୯୪ଜଣ କରୋନା ରୋଗୀ ଚିହ୍ନଟ;ସଂକ୍ରମିତ ସଂଖ୍ଯା ୬୭୫କୁ ବୃଦ୍ଧି।

ମାଲକାନଗିରି,୧୫/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀମାବଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ମାଲକାନଗିରି ଜିଲ୍ଲାରେ ୯୪ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ କରୋନା ରୋଗୀଙ୍କ ସଂଖ୍ଯା କମ ଦିନ ମଧ୍ଯରେ ୬୭୫ କୁ ଟପି ଯାଇଛି । ଚାରି ଗୋଟି କୋଭିଡ କେୟାର ସେଣ୍ଟରରେ ୧୨୮ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ନିଜ ନିଜ ଘରେ ସଂଗରେୀଧରେ ରହି ୫୪୭ ଜଣ କରୋନା ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୯୪ ଜଣ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୧୭ ଜଣ ,ବାଲିମେଳା ଏନଏସିରେ ୩ ଜଣ,ମାଲକାନଗିରି ବ୍ଲକରେ ୧୨ ଜଣ,କୋରୁକୋଣ୍ଡା ବ୍ଲକରେ ୫ ଜଣ,ମାଥିଲି ବ୍ଲକରେ ୧୮ ଜଣ, ଖଇରପୁଟ ବ୍ଲକରେ ୧୬ ଜଣ, କାଲିମେଳା ବ୍ଲକରେ ୧୩ ଜଣ, ପଡିଆ ବ୍ଲକରେ ୫ ଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୫ଜଣ ସଂକ୍ରମିତ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୬ ହଜାର ୫୫୮ ପଞ୍ଜୀକୃତ ହୋଇଥିବା ବେଳେ ୫ ହଜାର ୮୫୪ଜଣ କରୋନା ରୋଗୀ ଅଦ୍ଯାବଧି ଆରୋଗ୍ଯ ଲାଭ କରିଛନ୍ତି ।
୬୭୫ ଜଣ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ଯା ୨୯ ରେ ପହଞ୍ଚିଛି! ବର୍ତ୍ତମାନ ୬୭୫ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ଯରୁ ମାଲକାନଗିରି ସଦର ମହକୁମା କୋଭିଡ ହସପିଟାଲରେ ୪୫ ଜଣ,ବିଇଡି କଲେଜ କୋଭିଡ କେୟାର ସେଣ୍ଚର ୨ଟିରେ ୪୬ ଜଣ ଏବଂ କାଙ୍ଗୁରକୋଣ୍ଡା କୋଭିଡ କେୟାର ସେଣ୍ଟରରେ ୩୭ ଜଣ ଅଦ୍ଯାବଧି ଚିକିତ୍ସିତ ହେଉଥିବା ବେଳେ ବାକି ୫୪୭ ଜଣ କରୋନା ସଂକ୍ରମିତ ରୋଗୀ ନିଜ ନିଜ ଘରେ ସଂଗରୋଧ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।ଯେଉଁମାନଙ୍କର ସ୍ବାସ୍ଥ୍ଯ ଅଧିକ ଖରାପ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ବର୍ତ୍ତମାନ ୧୨୮ ଜଣ କରୋନା ରୋଗୀ ଚାରି ଗୋଟି କୋଭିଡ୍ କେୟାର୍ ସେଣ୍ଟର୍ ବା ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି ।ପ୍ରତି ଦିନ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀମାନଙ୍କ ସ୍ବାସ୍ଥ୍ଯ ଅବସ୍ଥା ସଂପର୍କରେ ମଧ୍ଯ ବିବରଣୀ ସଂଗ୍ରହ କରାଯାଉଥିବା ଜଣା ପଡିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment