ମାଲକାନଗିରି,୧୦/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀମାବଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ମାଲକାନଗିରି ଜିଲ୍ଲାରେ ୭୦ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ କରୋନା ରୋଗୀଙ୍କ ସଂଖ୍ଯା ୫୮୭କୁ ଟପି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୬୦ ଜଣ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୮ଜଣ ,ବାଲିମେଳା ଏନ୍ଏସିରେ ଜଣେ,ମାଲକାନଗିରି ବ୍ଲକରେ ୧୧ ଜଣ,କୋରୁକୋଣ୍ଡା ବ୍ଲକରେ ୮ ଜଣ,ମାଥିଲି ବ୍ଲକରେ ୪ ଜଣ,ଖଇରପୁଟ ବ୍ଲକରେ ୧୪ ଜଣ,କାଲିମେଳା ବ୍ଲକରେ ୧୨ ଜଣ,ପଡିଆ ବ୍ଲକରେ ୩ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ଜଣେ ସଂକ୍ରମିତ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୬ ହଜାର ୧୭୯ ପଞ୍ଜୀକୃତ ହୋଇଥିବା ବେଳେ ୫ ହଜାର ୫୭୫ଜଣ କରୋନା ରୋଗୀ ଅଦ୍ଯାବଧି ଆରୋଗ୍ଯ ଲାଭ କରିଛନ୍ତି ।
୫୮୭ ଜଣ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ଯା ୨୭ ରେ ସ୍ଥିର ରହିଛି । ଅନ୍ଯରକ୍ଷରେ ମୋଟୁ,କମାରଗୁଡା, ଚାଲାଣଗୁଡା, ଗୋବିନ୍ଦ ପଲ୍ଲୀ ଏବଂ ସିଲେରୁ ପ୍ରବେଶ ପଥକୁ ଅବରୋଧ କରାଯାଇଛି । ଗତ ତା:୮.୫.୨୦୨୧ ସୁଦ୍ଧା ମୋଟୁ ପ୍ରବେଶ ପଥରେ ୧୩ ହଜାର ୮୪୭ ପ୍ରବାସୀ ମାଲକାନରିଗି ଜିଲ୍ଲାରେ ପ୍ରବେଶ କରିଛନ୍ତି!ସେଥି ମଧ୍ଯରୁ ମାଲକାନଗିରି ଜିଲ୍ଲାର ୬,୮୫୩ ଜଣ,ବାହାର ଜିଲ୍ଲାର ୬,୧୦୨ ଜଣ ଏବଂ ଅନ୍ଯାନ୍ଯ ରାଜ୍ଯର ୮୯୨ ଜଣ ଅନ୍ତର୍ଭୁକ୍ତ । ପ୍ରତ୍ଯେକ ପ୍ରବେଶ ପଥରେ ସିସି କ୍ଯାମେରା ସଂଲଗ୍ନ କରାଯାଇଛି । ୧୩ ଆରଆରଟି ଟିମ୍
ଏଥି ଲାଗି କାର୍ଯ୍ଯ କରୁଛି ।ପ୍ରବାସୀମାନଙ୍କୁ ସୁବିଧା ଥିଲେ ନିଜ ଘରେ ସଂଗରୋଧରେ ରହିପାରିବ ନତୁବା ଟିଏମସି/ସିଏଲଟିଏମସି ସହ ନିଜ ଖର୍ଚ୍ଚରେ ସଂଗରୋଧରେ ରହିବାର ବ୍ଯବସ୍ଥା କରାଯାଇଛି । ସାମାଜିକ ଦୂରତ୍ବ ବଜାୟ ରଖିବା ଏବଂ ବାହାରକୁ ଗଲେ ମୁହଁରେ ମାସ୍କ ପରିଧାନ କରିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ଜନ ସାଧାରଣଙ୍କୁ ସଚେତନ କରାଯାଉଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)