ମାଲକାନଗିରି ଜିଲ୍ଲାରେ ଆଜି୭୧ ଜଣ କରୋନା ରୋଗୀ ଚିହ୍ନଟ;ସଂକ୍ରମିତ ସଂଖ୍ଯା ୬୨୦କୁ ବୃଦ୍ଧି ।

ମାଲକାନଗିରି,୧୨/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀମାବଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ମାଲକାନଗିରି ଜିଲ୍ଲାରେ ୭୧ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ କରୋନା ରୋଗୀଙ୍କ ସଂଖ୍ଯା କମ ଦିନ ମଧ୍ଯରେ ୬୨୦ କୁ ଟପି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୭୧ ଜଣ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୮ ଜଣ ,ମାଲକାନଗିରି ବ୍ଲକରେ୪ଜଣ,କୋରୁକୋଣ୍ଡା ବ୍ଲକରେ ୩ ଜଣ,ମାଥିଲି ବ୍ଲକରେ ୧୩ ଜଣ,ଖଇରପୁଟ ବ୍ଲକରେ ୨୦ ଜଣ,କାଲିମେଳା ବ୍ଲକରେ ୧୪ ଜଣ,ପଡିଆ ବ୍ଲକରେ ୨ ଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୭ ଜଣ ସଂକ୍ରମିତ ହୋଇଥିବା ଜଣା ପଡିଛି । ଏହି ସଂକ୍ରମଣରେ ଜଣେ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୬ ହଜାର ୩୧୩ ପଞ୍ଜୀକୃତ ହୋଇଥିବା ବେଳେ ୫ ହଜାର ୬୬୫ ଜଣ କରୋନା ରୋଗୀ ଅଦ୍ଯାବଧି ଆରୋଗ୍ଯ ଲାଭ କରିଛନ୍ତି । ୬୨୦ ଜଣ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ଯା ୨୮ ରେ ପହଞ୍ଚିଛି । ଦ୍ବିତୀୟ ପର୍ଯ୍ଯାୟ କରୋନା ବିଶେଷ କରି ଯୁବପିଢିଙ୍କ ପାଇଁ ପ୍ରାଣ ଘାତକ ହୋଇଥିବା ବେଳେ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ୱାଇ ବିଜୟ ଅନୁରୋଧ କରିଛନ୍ତି । ଜରୁରୀ କାମ ନଥିଲେ ଘରୁ ବାହାରକୁ ବହାରିବା ଅନୁଚିତ । ଲକ୍ ଡାଉନକୁ ସମସ୍ତ ଜନ ସାଧାରଣ ମାନି ଚଳିଲେ କରୋନା ମହାମରି ସଂକଟରୁ ରକ୍ଷା ପାଇବା ବୋଲି ପ୍ରକାଶ କରିଥିଲେ । ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବ ବଜାୟ ରହିଲେ କରୋନା ସଂକଟରୁ ନିଜକୁ ମୁକ୍ତ ରଖି ପାରିବା ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment