ମାଲକାନଗିରି,ତା-୦୭/୧୦(ପିପିଟି); ମାଲକାନଗିରି ଜିଲ୍ଲାରେ ଆଜି କରୋନା ରୋଗୀ ୮୨ ଜଣଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଜିଲ୍ଲରେ କରୋନା ରୋଗୀ ସଂଖ୍ଯା ୩ ହଜାର ୯୯୬ କୁ ପାର ହୋଇଯାଇଛି !ଏହା ଦ୍ରୁତ ଗତିରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନିକ କଟକଣା ଅଭାବରୁ ଲୋକେ କରୋନାକୁ ଭୟ କରୁ ନାହାନ୍ତି ।ପୂର୍ବପରି ସାମାଜିକ ବ୍ଯବଧାନ ନାହିଁ କି ଅନେକ ଲୋକ ଅବାଧରେ ବିନା ମାସ୍କରେ ଦୋକାନ ବଜାର ହାଟରେ ବିଚରଣ କରୁଥିବା ଦୃଷ୍ଟିଗୋଚର ହେଉଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ଆଜି ୮୨ ଜଣଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ସେଥି ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୨୫ ଜଣ,ବାଲିମେଳା ଏନଏସିରେ ୫ ଜଣ,ମାଥିଲି ବ୍ଲକରେ ୬ ଜଣ,ମାଲକନଗିରି ବ୍ଲକରେ ୧୩ ଜଣ, କୋରୁକୋଣ୍ଡା ବ୍ଲକରେ ୩ ଜଣ,ପଡିଆ ବ୍ଲକରେ ୧୨ ଜଣ,କାଲିମେଳା ବ୍ଲକରେ ୯ ଜଣ, ଖଇରପୁଟ ବ୍ଲକରେ ୨ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୭ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ଯରୁ ୨୭ ଜଣଙ୍କୁ ଜ୍ବର ଓ କାଶ ଲକ୍ଷଣ ପ୍ରକାଶ ପାଇଥିବା ବେଳେ ୪୫ ଜଣ ବ୍ଯକ୍ତିଙ୍କୁ ସ୍ବାସ୍ଥ୍ଯ କର୍ମିମାନେ ଘର ଘର ବୁଲି ନମୁନା ସଂଗ୍ରହ କରି ଚିହ୍ନଟ କରିଥିଲେ । ୧୦ ଜଣ ବ୍ଯକ୍ତି କରୋନା ରୋଗୀ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ କରୋନା ରୋଗୀ ସଂଖ୍ଯା ମାଲକାନଗିରି ଜିଲ୍ଲାରେ ୩ ହଜାର ୯୯୬ ପାର ହୋଇଥିବା ବେଳେ ୩ ହଜାର ୪୭୮ ଜଣ ଆରୋଗ୍ଯ ଲାଭ କରିଛନ୍ତି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୫୦୬ ଜଣ ବ୍ଯକ୍ତି ଚିକିତ୍ସାଧିନ ରହିଛନ୍ତି । ଏହା ବ୍ଯତୀତ ୧୨ ଜଣ କରୋନା ରୋଗୀ ଜିଲ୍ଲାରେ ଆଜି ପର୍ଯ୍ଯନ୍ତ ପ୍ରାଣ ହରାଇଛନ୍ତି । (ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)