ମାଲକାନଗିରି,୧୪/୧୧(ପିପିଟି) :ମାଲକାନଗିରି ଜିଲ୍ଲା ଜାତୀୟ ରାଜପଥ ଉପବିଭାଜନ ଦ୍ବାରା ୯ ଗୋଟି ସେତୁ ନିର୍ମାଣ ଚାଲିଥିବା ବେଳେ ବର୍ଷା ଋତୁ ହେତୁ କାର୍ଯ୍ୟ ସ୍ଥଗିତ ଥିଲା। ବର୍ତ୍ତମାନ ବର୍ଷା ଋତୁ ସମସ୍ତ ହୋଇ ଶୀତ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ ସେତୁ କାର୍ଯ୍ୟ ଆରମ୍ଭ ହୋଇନଥିବା ଜଣା ପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ ବିଳାସପୁର ବ୍ରିଜେଶ ଅଗ୍ରୱାଲ କମ୍ପାନୀ ୫ ଗୋଟି ସେତୁ ନିର୍ମାଣ ଲାଗି ୭୯ କୋଟି ଟଙ୍କାର ଟେଣ୍ଡର ନେଇଥିବା ବେଳେ ୨.୭.୨୦୨୨ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ କରି ୩୦.୬.୨୦୨୪ ରେ ପାଙ୍ଗାମ,ପଟେରୁ,କାଙ୍ଗୁରକୋଣ୍ଡା, ଏମ୍ ଭି -୯୦ ଏବଂ ଏମ୍ ଭି-୯୬ କାର୍ଯ୍ୟ ସମାପ୍ତ ଲାଗି ଚୁକ୍ତିନାମା ସ୍ବାକ୍ଷର କରିଥିଲା। ବର୍ତ୍ତମାନ ଏହି ନିର୍ମାଣ କାର୍ଯ୍ୟର ସମୟ ସୀମା ଅତିକ୍ରମ କରିଥିଲେ ସୁଦ୍ଧା ମାତ୍ର ୨୫ ପ୍ରତିଶତ କାର୍ଯ୍ୟ ସମ୍ପନ୍ନ ହୋଇ ୭୫ ପ୍ରତିଶତ କାର୍ଯ୍ୟ ବିକି ରହିଛି। ପାଙ୍ଗାମ ସେତୁ ପାଇଁ ଫାଉଣ୍ଡେସନ ଓ ୪ଟି ପିଲର୍ ନିର୍ମାଣ ହୋଇଛି। ପଟେରୁ ସେତୁ ପାଇଁ ୮ ଟି ପିଲର ଆବଶ୍ୟକ ଥିବା ବେଳେ ମାତ୍ର ୨ଟି ପିଲର୍ ନିର୍ମାଣ ହୋଇଛି। ସେହିପରି କାଙ୍ଗୁରକୋଣ୍ଡା, ଏମ୍ ଭି-୯୦ ଓ ଏମ୍ ଭି -୯୬ ଫାଉଣ୍ଡେସନ ଏବଂ ପିଲର୍ ନିର୍ମାଣ ସମାପ୍ତ ହୋଇଥିଲେ ମଧ୍ୟ ଉପର କଂକ୍ରିଟ ଛାତ ବାକି ରହୁଛି।
ସେହିପରି ଶିବଶକ୍ତି ଇଂଜିନିୟରିଂ ୱ।ର୍କ ବିଜାପୁର ୪ ଟି ସେତୁ ନିର୍ମାଣ ଲାଗି ୩୭ କୋଟି ଟଙ୍କାର ଟେଣ୍ଡର ନେଇଥିବା ବେଳେ ୨୦.୫.୨୦୨୩ ରୁ କାର୍ଯ୍ୟ ଆରମ୍ଭ କରି ୧୮.୫.୨୦୨୫ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଚୁକ୍ତିପତ୍ର ସ୍ବାକ୍ଷର କରିଛି। ଅଁଳା ଯୋଡି, ଏମ୍ ଭି-୭, ଏମ୍ ଭି -୧୯ ଏବଂ ମହାରାଜା ପଲ୍ଲୀ ଠାରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏମ୍ ଭି-୭ ଏବଂ ଏମ୍ ଭି -୧୯ ଠାରେ ଫାଉଣ୍ଡେସନ ଓ ପିଲର୍ କାର୍ଯ୍ୟ ଶେଷ ହୋଇଛିା
କିନ୍ତୁ ଅନ୍ଯ ସେତୁ କାର୍ଯ୍ୟ ଆରମ୍ଭ ହୋଇ ନାହିଁ। ଅଁଳା ଯୋଡି ଏବଂ ମହାରାଜାପଲ୍ଲୀ ସେତୁ ନିର୍ମାଣ ଲାଗି ବୃକ୍ଷ ଛେଦନ ଲାଗି
ବନ ବିଭାଗ ଅନୁମତି ପ୍ରଦାନ କରିନଥିବା ଜଣା ପଡ଼ିଛି। ଏଠାରେ ୨୫ ପ୍ରତିଶତ କାର୍ଯ୍ୟ ସଂପନ୍ନ ହୋଇ ଥିବା ବେଳେ ୭୫ ପ୍ରତିଶତ କାର୍ଯ୍ୟ ବାକି ରହିଛି। ସେତୁ ନିର୍ମାଣ ଲାଗି ବେସରକାରୀ ଜମି ଯଥାକ୍ରମେ ୧୭.୧୨୪ ହେକ୍ଟର ଏବଂ ୬.୨ ହେକ୍ଟର ଆବଶ୍ୟକ ହେଉଥିବାରୁ ସରକାର ୧୯.୭୨ କୋଟି ଏବଂ ୧୨.୬୨ କୋଟି ଜମି କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯାଇଛି। ସେହିପରି ୬୮୮ ଗୋଟି ବୃକ୍ଷ ଛେଦନ କରାଯାଇ ଓଡ଼ିଶା ଫରେଷ୍ଟ କର୍ପୋରେସନ ଙ୍କୁ ବୃକ୍ଷ ରୋପଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ତଥାପି ଏହି ସମସ୍ତ ସେତୁ ନିର୍ମାଣ ଯୁଦ୍ଧ କାଳିନ ଭିତ୍ତିରେ ନିର୍ମାଣ ନ ହେବା ଯୋଗୁଁ ବର୍ଷା ଋତୁରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ସରକାରୀ କର୍ମଚାରୀମାନେ ବର୍ଷା ଦିନେ ନଦୀ ଉପରେ ବିପଦ ସଂକୁଳ ଉପରେ ବନ୍ଯା ଜଳ ପ୍ରବାହିତ ହେବା ଯୋଗୁଁ ଠିକ୍ ସମୟରେ କାର୍ଯ୍ୟ କ୍ଷେତ୍ରକୁ ଯାତାୟାତ କରିବାରେସଳ ଅସୁବିଧା ସୃଷ୍ଟି ହୋଇଥାଏ।ମୁର୍ମୂଷୁ ରୋଗୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ରେ ବିଘ୍ନ ଘଟିଥାଏ। ସାଧାରଣ
ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ।ଏଣୁ ଯଥା ସମ୍ଭବ ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଥିବା ବେଳେ ଉଭୟ କମ୍ପାନୀ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ସାଧାରଣରେ ଦୃଢ଼ ଦାବି ହୋଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)