ମାଲକାନଗିରି ଉପକାରାଗାରରେ ବିଚାରାଧିନ କଏଦୀଙ୍କ ଆତ୍ମହତ୍ଯା ।

ମାଲକାନଗିରି ,୧୦/୦୬ (ପିପିଟି):ଆଜି ମାଲକାନଗିରି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ଯା କରିଥିବା ଜଣା ପଡିଛି Iଆତ୍ମହତ୍ଯା କରିଥିବା କଏଦୀଙ୍କ ନାମ ବିଧାନ ମିର୍ଦ୍ଧା ବୋଲି ଜଣା ପଡିଛି Iକାଲିନେଳା ଥାନା ଅନ୍ତର୍ଗତ ଏମପିଭି-୩୩ ଗ୍ରାମରେ ତଙ୍କରବଘର ।ଏକ ହତ୍ଯା ମାମଲାରେ ୪ ବର୍ଷ ହେଲା ନିଜର ଦ୍ବିତୀୟ ପତ୍ନୀଙ୍କ ସହ ମାଲକାନଗିରି ଉପ କାରାଗାରରେ ବିଚାରାଧିନ କଏଦୀ ଭାବରେ ରହୁଥିଲେ ।ଆଜି ଭୋର ସକାଳୁ ତାଙ୍କ ସଂପର୍କୀୟଙ୍କ ନିକଟକୁ ଜେଲ ପକ୍ଷରୁ ଫୋନ ଯାଇଥିଲା ଯେ ବିଧାନ ମିର୍ଦ୍ଧାର ଦେହ ଖରାପ ଅଛି ,ତୁରନ୍ତ ହସପିଟାଲକୁ ଆସ ।ଖବର ପାଇଁ ତାଙ୍କ ସଂପର୍କୀୟମାନେ ମାଲକାନଗିରି ଜିଲ୍ଲ ମୁଖ୍ଯ ଚିକିତ୍ସାଳୟରେ ପହଞ୍ଚିଥିଲେ ।ସେଠାରେ ବିଧାନ ମୃତ୍ଯୁ ବରଣ କରିଥିବା ଦେଖିବାକୁ ପାଇଥିଲେ ।ତାଙ୍କ ସଂପର୍କୀୟମାନଙ୍କ ଅଭିଯୋଗ ଅନୁସାରେ ବିଧାନ ଆତ୍ମହତ୍ଯା କରି ନାହିଁ,ତାଙ୍କ ହତ୍ଯା କରାସାଇଛି । ଏଣୁ ବିଧାନର ମଂତ୍ଯୁ କିପରି ହେଲା,ଉଚ୍ଚ ସ୍ତରୀୟ ତଦନ୍ତ ଲାଗି ଦାବି କରିଛନ୍ତି । ଜେଲ୍ ପକ୍ଷରୁ କୁହାଯାଇଛି ଯେ ଆତ୍ମହତ୍ଯା କରିବାର ସିସିଟିଭି ଫୁଟେଜ୍ ତାଙ୍କ ନିକଟରେ ରହିଛି ।ତେବେ ମାଲକାନଗିରି ଜେଲଟି ବର୍ତ୍ତମାନ କଏଦୀମାନଙ୍କ ଲାଗି ସୁରକ୍ଷା ନାହିଁ ।ଜେଲ ମଧ୍ଯରେ କିଛି ନା କିଛି ଅପରାଧିକ କାର୍ଯ୍ଯକଳାପ ବୃଦ୍ଧି ପାଉଛି ।ଏଥି ପ୍ରତି ସରକାର ଧ୍ଯାନ ଦେବାକୁ ସାଧାରଣରେ ଦାବି ହୋଇଛି ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment