ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପ୍ରବାସୀ ଭାରତ ଓ ବାର୍ଷିକ ଉତ୍ସବ ପାଳିତ ।

ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପ୍ରବାସୀ ଭାରତ ଓ ବାର୍ଷିକ ଉତ୍ସବ ପାଳିତ ।

ମାଲକାନଗିରି, ୧୩/୦୧(ପିପିଟି) :ମାଲକାନଗିରି ସଦର ମହକୁମା ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାନୁଆରୀ ପ୍ରବାସୀ ଭାରତ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ କ୍ୟାରମ୍‌, ଚେସ୍‌, ଡ୍ରଇଂ, ପେଣ୍ଟିଂ , କ୍ରୀକେଟ, ଭଲିବଲ୍‌, ବ୍ୟାଡ଼୍‌ମିଣ୍ଟନ୍‌ , ୧୦୦ମିଟର, ୨୦୦ମି. ୫୦୦ମି ରେସ୍‌, ପଦଯାତ୍ରା, ସାଇକେଲ୍‌ ରେଲି ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହାବ୍ୟତୀତ ସାଂସ୍କୃତିକ ପ୍ରତିଯୋଗିତା ଭାବେ ନାଚ, ଗୀତ, କମେଡ଼ି, ମିମିକ୍ରି, ମନୋଏକ୍ସନ୍‌ ଆଦି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।ଗତ ଶନିବାର ଦିନ କଲେଜର ବାର୍ଷିକ ଉତ୍ସବ ଅତି ଆଡ଼ମ୍ବର ସହିତ ପାଳନ କରାଯାଇଥିଲା। ୨୦୧୬ ମସିହାରୁ ଏହି କଲେଜ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ଅସୁବିଧା ଯୋଗୁ ବାର୍ଷିକ ଉତ୍ସବ ପାଳନ ହୋଇପାରୁ ନ ଥିଲା। ତେବେ ଅନେକ ପ୍ରଚେଷ୍ଟା ପରେ ଉଭୟ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାଙ୍କ ମିଳିତ ସହଯୋଗରେ ବାର୍ଷିକ ଉତ୍ସବ ଅତି ସୁଚାର ରୂପେ ପାଳନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ କଲେଜ ପରିଚାଳନା କମିଟିର ସଭାପତି ସୁରେଶ ସୋମାନୀ, ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟର
ଅଧ୍ୟକ୍ଷ ଡ. ଆଲୋକ କୁମାର ପାତ୍ର ପୌରୋହିତ୍ୟ କରିବା ବେଳେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ଚିନ୍ମୟ ମହାନନ୍ଦ କଲେଜର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବାଣିଜ୍ୟ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡଃ ପ୍ରସନ୍ନ ବରାଳ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟି ନାଚଗୀତରେ ଅତିବାହିତ ହୋଇଥିଲା। ଏଥିରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ସୁରକ୍ଷା ନିରୀକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସାଫଲ୍ଯ ମଣ୍ଡିତ କରିଥିଲେ। ଶେଷରେ ଆସିଷ୍ଟାଣ୍ଟ ପ୍ରଫେସର ପ୍ରୀତମ୍‌ ମାହାଲୀ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment