ମାଲକାନଗିରିରେ ପରିବାଦର ଆକାଶ ଛୁଆଁ ।

ମାଲକାନଗିରି,ତା:୧୩/୦୯(ପିପିଟି); କରୋନା ମାଡରେ ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ସଂପୂର୍ଣ୍ଣ ଦୋହଲି ପଡିଥିବା ବେଳେ ଖାଉଟି ସାମଗ୍ରୀର ଦର ଲୋକମାନଙ୍କ ଉପରେ ବୋଝ ଉୁରେ କୋରଡା ମାଡ ସଦୃଶ୍ୟ ହୋାଇ ପଡିଛି । ବିଶେଷ କରି ପନି ପରିବା ଦର ମାଲକାନଗିରିରେ ପରିବା ବିକାଳୀମାନେ ମନ ଇଛା ଦର ଧାର୍ଯ୍ଯ କରି ଗ୍ରାହାକକୁ ଦିନ ଦିବସରେ ହରିଲୁଟ କରୁଥିବା ବେଳେ ପ୍ରଶାସନ ସ୍ଥାଣୁ ପାଲଟିଥିବା ଜଣା ପଡିଛି । ଏଣେ ଖାଉଟିମାନେ ପ୍ରତି ଦିନ ମୁଦ୍ରାସ୍ଫିତିରେ ହନ୍ତସନ୍ତ ହେଉଥିଲେ ମଧ୍ଯ ମାଲକାନଗିରିରେ ଶାସନ କି ପ୍ରଶାସନ ନଥିଲା ପରି ମନେ ହେଉଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ସଦର ମହକୁମାରେ ପନିପରିବା ଦର ଆକାଶ ଛୁଆଁ । ଯାହାକି ମଧ୍ଯବିତ୍ତ ଓ ଗରିବ ପରିବାରଙ୍କ ଲାଗି ପରିବା କ୍ରୟ କରିବା କଷ୍ଟସାଧ୍ଯ ହୋଇ ପଡିଲାଣି । ବର୍ତ୍ତମାନ ଫୁଲ କୋବି କିଗ୍ରା ୧୦୦ ଟଙ୍କା,ବିନ୍ସ କିଗ୍ରା ୧୦୦ କିଗ୍ରା,ବନ୍ଧା କୋବି କିଗ୍ରା ୪୦ ଟଙ୍କା,ମୁନିଗା କିଗ୍ରା ୧୦୦ ଟଙ୍କା, ଝୁଡୁଙ୍ଗ କିଗ୍ରା ୮୦ ଟଙ୍କା,ଭେଣ୍ଡି ୮୦ ଟଙ୍କା, ପୋଟଳ ୮୦ ଟଙ୍କା, ବାଇଗଣ ୫୦ ଟଙ୍କା,ଟମାଟ କିଗ୍ରା ୬୦ ଟଙ୍କା ,କଲରା କିଗ୍ରା ୮୦ ଟଙ୍କା,ଶିମ୍ବ କିଗ୍ରା ୧୨୦ ଟଙ୍କା ,କଦଳୀ କିଗ୍ରା ୪୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଆଳୁ ପିଆଜ ଏକ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ଭାବରେ ଗରିବ ଠାରୁ ଧନିକ ମଧ୍ଯରେ ସମସ୍ତଙ୍କର ପ୍ରିୟ ମାତ୍ର ଆଳୁ ଓ ପିଆଜ ଗରିବ ପରିବାର ଠାରୁ ଧିରେ ଧିରେ ଦୂରେଇ ଯାଉଛି । ଆଳୁ କିଲୋ ୪୦ ଟଙ୍କା ହୋଇଥିବା ବେଳେ ପିଆଜର କିଗ୍ରା ପ୍ରତି ଦର ୩୫ ଟଙ୍କା । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜଣେ ମାତ୍ର ବ୍ଯବସାୟୀ ଆଳୁ ପିଆଜ ହୋଲସେଲ ବେପାରୀ ହୋଇଥିବା ଯୋଗୁଁ ମନ ଇଛା ଦର ବୃଦ୍ଧି କରୁଥିବା ଅଭିଯୋଗ ହେଉଛି । ଆଳୁ ପିଆଜ ଦର ନିର୍ଦ୍ଧାରଣରେ ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ସୁପ୍ତ ହେତୁ ଖାଉଟିମାନଙ୍କ ଅବସ୍ଥା ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି । ଅନ୍ଯପକ୍ଷରେ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବାରେ ଏତେ ନିଷ୍କ୍ରୀୟ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment