ମାଲକାନଗିରିରେ ଟମାଟ କିଲୋ ୭୦ ଟଙ୍କା ।

ମାଲକାନଗିରି,୧୪/୦୫(ପିପିଟି): ମାଲକାନଗିରି ସଦର ମହକୁମାରେ ଟମାଟ କିଲୋ ୭୦ ଟଙ୍କା । ପ୍ରତି ଦିନ ଟମାଟ ଦର ବୃଦ୍ଧି ପାଉଛି ।ଖାଉଟିମାନେ ଟମାଟ ମୂଲ୍ଯ ବୃଦ୍ଧି ଦେଖି ମୁହଁ ଫେରାଇ ନେଲେଣି ।ମାଲକାନଗିରି ଜିଲ୍ଲାକୁ ଆନ୍ଧ୍ରକୁ ଟମାଟ ଆସିଥାଏ । ଶୀତ ଋତୁରେ ମାଲକାନଗିରି ଜିଲ୍ଲାରେ କିଛି ଟମାଟ ଉତ୍ପାଦିତ ହୋଇ କିଗ୍ରା ପ୍ରତି ୧୦ରୁ ୨୦ ଟଙ୍କା ମଧ୍ଯରେ ସୀମିତ ରହିଥାଏ । ଶୀତଳ ଭଣ୍ଡାର ଅଭାବ ଯୋଗୁଁ ସ୍ଥାନୀୟ ପରିବା ଚାଷୀ ଟମାଟର ଲାଭ ଉଠାଇ ପାରିନଥାଏ । ଏହି ସମୟରେ ଆନ୍ଧ୍ରରୁ ଟମାଟ ଶସ୍ତା ଯୋଗୁଁ ଆସିନଥାଏ ।ଯେତେବେଳେ ଗ୍ରୀଷ୍ମ ଋତୁ ଆସେ,ସେତେବେଳେ ଆନ୍ଧ୍ରରୁ ମାଲକାନଗିରିକୁ ଚମାଟ ଶୀତଳ ଭଣ୍ଡାରରୁ ଆସିଥାଏ,ଯାହାର ମୂଲ୍ଯ ହୁହୁ ହୋଇ ବଢୁଥାଏ ।ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ଋତୁରେ ଟମାଟ ଉତ୍ପାଦନ ନଥିବାରୁ ଟମାଟର ମୂଲ୍ଯ ଆକାଶ ଛୁଆଁ ବୃଦ୍ଧି ପାଇ ଥାଏ । ଏହି ସମସ୍ଯା ମାଲକାନଗିରି ଜିଲ୍ଲାରେ ଲାଗି ବହିଥିବା ବେଳେ ବର୍ତ୍ତମାନ ମଧ୍ଯ ବିତ୍ତ ପରିବାର ପାଇଁ ଟମାଟ ଧିରେ ଧିରେ ହାଣ୍ଡିଶାଳ ରୁ ଉଭେଇବାକୁ ବସିଲାଣି । ଅନ୍ଯପକ୍ଷରେ ଖାଇବା ତେଲର ଦର ହଠାତ୍ ବୃଦ୍ଧି ଯୋଗୁଣ ସାଧାରଣ ଖାଉଟିଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ପଡିଥିବା ବେଳେ ଟମାଟ ଦର ବର୍ତ୍ତମାନ ନିୟନ୍ତ୍ରଣ ବାହାରେ ରହିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment