ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି, ସେଥିପାଇଁ ସବୁ ଯୋଜନା ଏଠାରୁ ହିଁ ଶୁଭାରମ୍ଭ କରନ୍ତି -ପାଣ୍ତିଆନ ।

ମାଲକାନଗିରି ,୨୯/୦୪(ପିପିଟି) :ଆଜି ମାଲକାନଗିରି ଜିଲ୍ଲାରେ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ମାଲକାନଗିରି କାଲିମେଳାରୁ ଆଜିର ପ୍ରଚାର ଆରମ୍ଭ କରି ବିଜେଡିକୁ ଅଧିକ ସଶକ୍ତ କରି ବିକାଶର ଚିହ୍ନ ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିବା ସହ ପୁର୍ବରୁ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ବାବଦରେ କହିଥିଲେ।
କାର୍ତ୍ତିକ ପାଣ୍ଡିଆନ କହିଥିଲେ , ଓଡିଶାରେ ବିଜେଡି ସରକାରଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ବିଶେଷ କରି ଆଦିବାସୀ ଭାଇଭଉଣୀଙ୍କ ଶ୍ରଦ୍ଧା ଓ ସହଯୋଗ ଦେଖି ବିରୋଧୀ ଡରୁଛନ୍ତି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀ ଭାଇଭଉଣୀଙ୍କୁ ନିଜ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇ ଆସିଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ନୁହେଁ, ନବୀନ ଇଞ୍ଜିନ କାମ କରୁଛି ଏବଂ କରୁଥିବ ମଧ୍ୟ । ଛତିଶଗଡରେ କିଛି ବର୍ଷ ପୂର୍ବରୁ ଡବଲ ଇଞ୍ଜିନ ଥିଲା, ଗୋଟେ ଇଞ୍ଜିନ ଖରାପ ହୋଇଗଲା। ଏବେ ପୁଣି ଡବଲ ଇଞ୍ଜିନ ଆସିଛି । କିନ୍ତୁ ସେଠି ପ୍ରତିଦିନ ଗୁଳି ଫୁଟୁଛି । କାଲିମେଳାରେ ମଧ୍ୟ ପୂର୍ବରୁ ବୋମା ଓ ଗୁଳି ଫୁଟୁଥିଲା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସେଠାରେ ଶାନ୍ତି ଫେରିଛି। ଶାନ୍ତି ରହିଲେ ଉନ୍ନତି ହେବ ପ୍ରଗତି ହେବ ବୋଲି କହିଛନ୍ତି ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମାଲକାନଗିରିର କାଲିମେଳା ଗସ୍ତରେ ଜନତାଙ୍କୁ ବିକାଶର ହିସାବ ଦେଇଛନ୍ତି ୫ଟି ଅଧ୍ୟକ୍ଷ। ମାଲକାନଗିରିକୁ ପୁଞ୍ଜିନିବେଶ ଆସିବ, ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ବଢିବ । ତେଣୁ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶିର୍ବାଦ କରିବାକୁ ଅପିଲ କରିଛନ୍ତି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ । ୨୦୧୯ରେ ମାଲକାନଗିରି ନିର୍ବାଚନ ମଣ୍ଡଳୀ ରୁ ଜଣେ ବିଧାୟକ ପ୍ରାର୍ଥୀ ଜିତିଥିଲେ। ହେଲେ ଗତ ୫ ବର୍ଷ ମଧ୍ୟରେ ତାଙ୍କର ଦେଖା ଦର୍ଶନ ମିଳୁନି । ସେ କେଉଁ ବିକାଶ ମୂଳକ କାମ କରିଛନ୍ତି କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ । ସେ କେଉଁ ରାସ୍ତା କାମ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ଗତ ଦୁଇ ବର୍ଷ ମଧ୍ୟରେ ମାଲକାନିଗିରି ଜିଲ୍ଲାରେ ହୋଇଥିବା ବିକାଶମୂଳକ କାମର ସେ ହିସାବ ଦେଇଥିଲେ । ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଏତେ ଭଲ ପାଆନ୍ତି ଯେ, ସବୁ ବଡ ବଡ ଯୋଜନା ଏହି ଜିଲ୍ଲାରୁ ହିଁ ଆରମ୍ଭ କରନ୍ତି । ୨୦୦୮ ମସିହା ରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମାଲକାନଗିରିରୁ ଦୁଇ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ । ପୁଣି ୨୦୧୮ରେ ଆରମ୍ଭ କଲେ ଟଙ୍କିକିଆ ଚାଉଳ ଯୋଜନା ଏହି ମାଲକାନଗିରି ଜିଲ୍ଲାରୁ । ଆଉ ଏବେ ମାଗଣାରେ ଚାଉଳ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବାଭିମାନ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମାଲକାନଗିରିରୁ ଆରମ୍ଭ ହୋଇଛି ଐତିହାସିକ ଲକ୍ଷ୍ମୀ ବସ ଯୋଜନା
ଗତ ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୧୨୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମଲିକେଶ୍ବର ମନ୍ଦିରର ରୂପାନ୍ତରଣ ଓ ରାସ୍ତା ପାଇଁ ଦୁଇ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ହରିଚାନ୍ଦ ଆଶ୍ରମ ପାଇଁ କୋଟିଏ ୨୮ ଲକ୍ଷ ଟଙ୍କା, ମା ଭୈରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମାଙ୍କ ପାଇଁ ୧୪ ଲକ୍ଷ, ଶିରିଡ଼ି ସାଇ ମନ୍ଦିର ପାଇଁ ୪୦ ଲକ୍ଷ ଏବଂ ପଡ଼ିଆ ଗ୍ରାମର ମସଜିଦ ଉନ୍ନତିକରଣ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଦିବାସୀଙ୍କ ଭାଷା, କଳା ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଏସଡିସି ଗଠନ ଠାରୁ ଆରମ୍ଭ କରି ଏହି ଜିଲ୍ଲାର ଆଦିବାସୀଙ୍କ ଉପରେ ଥିବା ୫୦ ହଜାର ମାମଲା ପ୍ରତ୍ୟାହାର କରିବାକୁ ବି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି । କାଲିମେଳା ଠାରେ ନିର୍ବାଚନୀ ସଭା ସାରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଠାରେ ପହଞ୍ଚି ଥିଲେ ଶ୍ରୀ ପାଣ୍ଡିଆନ। ସେଠାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରାର୍ଥୀନୀ ଲକ୍ଷ୍ମୀ ପ୍ରିୟା ନାୟକ ଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଭୋଟର ଙ୍କୁ ନିବେଦନ କରିଥଲେ। ଜିଲ୍ଲାର କୋଣ୍ଡରେଡ୍ଡୀ ସଂପ୍ରଦାୟ ର ଲୋକଙ୍କୁ ତାଙ୍କ ମାନ୍ୟତ ଦିଆ ଜାଇଛି । ଏଥର ପୁଣି ଆମ ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠାକୁ ଡବଲ ଶଙ୍ଖ ରେ ଆଶୀର୍ବାଦ କରି ଟାଣ କଲେ ଜିଲ୍ଲାର ଆଦିବାସି ତଥା ବଙ୍ଗୀୟ ସଂପ୍ରଦାୟ ର ଲୋକେ ପୁଣି ବହୁ ଯୋଜନରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି କହୀଛନ୍ତି ଶ୍ରୀ ପାଣ୍ଡିଆନ । ଏହି ନିର୍ବାଚନୀ ସଭାରେ ନବରଙ୍ଗପୁର ସଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଉପସ୍ଥିତ ରହି ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ ଆପଣ ମାନେ ଆମ୍ଭ ମାନଙ୍କୁ ଆଶୀର୍ବାଦ କରନ୍ତୁ ଆମ୍ଭେ ଆପଣ ମାନଙ୍କ ସୁଖ ଦୁଃଖ ରେ ସବୁଦିନ ରହିବୁ । ଶ୍ରୀ ପାଣ୍ଡିଆନ ଙ୍କ କଥା ଶୁଣି ଜିଲ୍ଲାର ପ୍ରାୟ ଜନ ସାଧାରଣ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ଏବଂ ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ମାନସ ମାଡକାମି ଏବଂ ଚିତ୍ରକୋଣ୍ଡା ପାଇଁ ଲକ୍ଷ୍ମୀ ପ୍ରିୟା ନାୟକ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ଆଶା ରଖିଛନ୍ତି ଜିଲ୍ଲାର ଦଳୀୟ ନେତା କର୍ମୀ ମାନେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment