ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ୨ଗିରଫ ।

ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ୨ଗିରଫ ।

ଭଞ୍ଜନଗର, ୧୪/୦୨(ପିପିଟି):ଗତ ୧୩ତାରିଖରେ ବଦାଙ୍ଗୀ ଗ୍ରାମର ବିଶ୍ୱନାଥ ବେହେରାଙ୍କ ପତ୍ନୀ ମାଳତୀ ବେହେରା (୫୦) ତାରସିଂ ଥାନାରେ ଏକ ଅଭିଯୋଗ କରିଥିଲେ।ସେଥିରେ ସେ ଉଲ୍ଲେଖ କରିଥିବା ବିଷୟ ହେଲା ପୈତୃକ ସମ୍ପତ୍ତିକୁ ନେଇ ସେମାନଙ୍କର ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।ଏହାକୁ ଭିତ୍ତି କରି ଗତ ୧୨ତାରିଖ ରାତିରେ ସେହି ଗ୍ରାମର ଦୁଇ ଅଭିଯୁକ୍ତ ଅଶାନ୍ତ ଓ ସନ୍ତୋଷ ମିଶି ଖଣ୍ଡାରେ ବିଶ୍ୱନାଥକୁ ଆକ୍ରମଣ କରିଥିଲେ।ଫଳରେ ତାଙ୍କର ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା।ଗୁରୁତର ଅବସ୍ଥାରେ ବିଶ୍ୱନାଥଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଗାଲେରୀ ଓ ପରେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା କରିବା ପରେ ତାରସିଂ ଥାନାରେ ଏସଂକ୍ରାନ୍ତରେ ଅଭିଯୋଗ କରିଥିଲେ।ତାରସିଂ ପୋଲିସ ଘଟଣାର ତଦନ୍ତ କରି ବଦାଙ୍ଗୀ ଗ୍ରାମର ଅଶାନ୍ତ ବେହେରା ଏବଂ ସନ୍ତୋଷ କୁମାର ବେହେରା ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ଘଟଣାରେ ତାରସିଂ ଥାନା କେସ ନଂ ୭୮/୨୫ ଆର୍ମସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ରେବତୀ ଶବର ସୂଚନା ଦେଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment