ମାନସିକ ବିକୃତ ବ୍ୟକ୍ତି ରାସ୍ତା କଡରେ; ହେଲେ ପ୍ରଶାସନର ପଡ଼ୁନି ଦୃଷ୍ଟି ।

ଭଞ୍ଜନଗର, ୧୬/୯(ପିପିଟି):ରାଞ୍ଚି ବିଜୟ ୱାଡ଼ା ୧୫୭ନଂ ଜାତୀୟ ରାଜପଥ ଅନ୍ତର୍ଗତ ଭଞ୍ଜନଗର ରାସ୍ତାରେ ଗତ କିଛି ଦିନ ହେବ ବୁଲୁଛନ୍ତି ଜଣେ ମାନସିକ ଅନଗ୍ରସର ବ୍ୟକ୍ତି।କିଏ ସିଏ, କେଉଁଠୁ ଆସିଛନ୍ତି ତାର କୌଣସି ପରିଚୟ ନାହିଁ। ରହୁଛନ୍ତି କେଉଁଠି, ଖାଉଛନ୍ତି କଣ ସେ ବିଷୟରେ କେହି ଜାଣନ୍ତିନି।ହେଲେ କେତେବେଳେ ଜାତୀୟ ରାଜପଥ କଡ଼ରେ ଶୋଇ ରୁହନ୍ତି ତ ବହୁ ସମୟରେ ରାସ୍ତାରେ ଏକୁଟିଆ ଏଣେତେଣେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି।ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଗାଡ଼ି ମଟର ଓ ବହୁ ଲୋକ ଚଳପ୍ରଚଳ ହେଉଥିଲେ ମଧ୍ୟ କେହି ସେହି ବ୍ୟକ୍ତିଙ୍କ ସମ୍ପର୍କରେ ପଚାରନ୍ତିନି କି ବୁଝିବା ପାଇଁ ଚେଷ୍ଟା ମଧ୍ୟ କରନ୍ତିନି।ସେ ମାନସିକ ବିକୃତ ହେଲେ ମଧ୍ୟ ଜଣେ ସ୍ୱାଭିମାନି ଭଳି କେବେ ଖାଦ୍ୟ ପାଇଁ କାହାରି ପାଖରେ ହାତ ପତାଉ ନାହାନ୍ତି କି କାହାକୁ ମାରିବା ପାଇଁ ଗୋଡାଉ ନାହାନ୍ତି।ହେଲେ ସେ ଅନେକ ସମୟରେ ଏହି ରାଜପଥରେ ଶୋଇବା ଦ୍ୱାରା କେତେବେଳେ କେଉଁ ଦୁର୍ଘଟଣା ଘଟିବ ତାହା କିଏ କହି ପାରିବ।ଯଦି ପ୍ରଶାସନ ପକ୍ଷରୁ କିମ୍ବା କୌଣସି ସ୍ବେଚ୍ଛାସେବୀ ସଙ୍ଗଠନ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରି ତାର ଯତ୍ନ ନେବା ସହ ଉପଯୁକ୍ତ ଚିକିତ୍ସା କରାଇ ପାରିଲେ ହୁଏତ ଲୋକଟି ସୁସ୍ଥ ହୋଇ ପାରନ୍ତା ଏବଂ ଗୋଟିଏ ମୂଲ୍ୟବାନ ଜୀବନ କୌଣସି ଅଘଟଣରୁ ବଞ୍ଚି ଯାଇ ପାରନ୍ତା।

ରିପୋର୍ଟ-ଜେ କେ ପଟ୍ଟନାୟକ

Comments (0)
Add Comment