ମାନପୁର ରେଳ ଓଭର ବ୍ରିଜରେ ଭାରୀ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କଲେ ଜିଲ୍ଲାପାଳ ।

ଯାଜପୁର,୩୧/୦୭(ପିପିଟି): ମାନପୁର ରେଳ ଓଭର ବ୍ରିଜରେ ଭାରୀ ଯାନବାହାନ ଚଳାଚଳ ଯୋଗୁଁ ସକାଳ ୭.୦୦ ରୁ ୯.୦୦ ଏବଂ ସନ୍ଧ୍ୟା ୫.୦୦ ରୁ ସନ୍ଧ୍ୟା ୭.୦୦ ପର୍ଯ୍ୟନ୍ତ ଟ୍ରାଫିକ ଜାମ ଏବଂ ସଡ଼କ ଦୁର୍ଘଟଣାର ସମ୍ଭାବନା ସୃଷ୍ଟି ହେଉଥିବାରୁ ସାଧାରଣ ଜନତାଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଅଧ୍ୟକ୍ଷ, ଆର.ଟି.ଏ, ଯାଜପୁର ଶ୍ରୀ ଅମ୍ବର କୁମାର କର ଓଡ଼ିଶା ମଟର ଯାନ ନିୟମ, ୧୯୯୩ ର ପ୍ରଦତ୍ତ ନିୟମ ୬୩, ୯୩ ଏବଂ ମୋଟର ଯାନ ଅଧିନିୟମ, ୧୯୮୮ ଧାରା ୧୧୫,୧୧୬, ୧୧୭ ଅନୁଯାୟୀ ମାନପୁର ରେଲୱେ ଓଭର୍ ବ୍ରିଜରେ ପୂର୍ବାହ୍ନ ୭.୦୦ ଘଟିକା ଠାରୁ ୯.୦୦ ଘଟିକା ଏବଂ ସନ୍ଧ୍ୟା ୫.୦୦ ଘଟିକା ଠାରୁ ୭.୦୦ ଘଟିକା ପର୍ଯ୍ୟନ୍ତ ଭାରୀ ଯାନ ଚଳାଚଳ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଏହି ନିଷେଧାଜ୍ଞା ତା ୦୧.୦୮.୨୦୨୫ ରିଖ ଠାରୁ ତା ୩୧.୦୮.୨୦୨୫ ରିଖ (ଏକ ମାସ ପର୍ଯ୍ୟନ୍ତ) ଜାରି କରାଯାଇଛି।

Comments (0)
Add Comment