ରାଜସୁନାଖଳା, ୨୮/୦୫(ପିପିଟି): ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ମା’ଦକ୍ଷିଣ କାଳିକା ଦେବୀଙ୍କ ପୀଠରେ ୨ୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞର ବିଶାଳ କଳସ ଯାତ୍ରା ମହା ଆଡମ୍ବର ସହକାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି କଳସ ଯାତ୍ରାରେ ୧୫୨କଳସ ବ୍ରତଧାରୀମାନେ ଅମୃ୍ତେଶ୍ୱର ଦେବଙ୍କ ପୁଷ୍କରିଣୀରୁ ପବିତ୍ର ଜଳ ସହିତ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ପୂଜା ଅର୍ଚ୍ଚନା ପରେ ଶାସନ ସାହି, ଟାଙ୍ଗୀସାହି ମଥୁରପୁରସାହି, ବଣିଆ ସାହି,କାଉଁରୀ ପାଟଣା ସାହି ରତ୍ନପୁର ସାହି, ସୁନାଖଳାସାହି ଓ ଗୋପୀନାଥପୁର ସାହି ପ୍ରମୁଖ ସାହି ପରିକ୍ରମା କରିଥିଲେ।ଗ୍ରାମବାସୀମାନେ ନିଜନିଜର ଦୁଆରେ ଝୋଟି, ଚିତା, ଦୀପ ପ୍ରଜ୍ବଳନ, କଳସ ସ୍ଥାପନ କରି କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ବିଶ୍ଵଶାନ୍ତି ମହାଯଜ୍ଞ ସୋମବାର ଦିନ ଶୁଭଅଙ୍କୁରରା ରୋପଣ, ଓ ଶାଲା ମଣ୍ଡନ, ମଙ୍ଗଳବାର ଦିନ କଳସ ଯାତ୍ରା, ବ୍ରହ୍ମlବରଣ, ଅଗ୍ନିସ୍ଥାପନ, ପ୍ରସାଦ ସେବନ ଓ ସଂସୃତିକ କାର୍ଯ୍ୟକ୍ରମ, ବୁଧବାରଦିନ ସୂର୍ଯ୍ୟପୂଜା, ଗୋପୂଜା, ଶାଲାସଂସ୍କାର, ଚଣ୍ଡୀପାଠ, ଗବ୍ୟାହୃତି ପ୍ରଦାନ ଓ ସଂlକୃତିକ କାର୍ଯ୍ୟକ୍ରମ ଓ ଗୁରୁବାରଦିନ ସୂର୍ଯ୍ୟପୂଜା, ଗୋପୂଜା, ଶାଲାସଂସ୍କାର, ଗବ୍ୟାହୃତି ପ୍ରଦାନ, ପୂର୍ଣ୍ଣାହୁତି, ଚରୁସେବନ ଅନୁଷ୍ଠିତ ହୋଇଥିଲା। ଏହି ୨ୟ ବାର୍ଷିକ ମହାଯଜ୍ଞରେ ସତ୍ୟବାନ ସାହୁ, ସହଧର୍ମିଣୀ ଅହଲ୍ୟା ସାହୁ କର୍ତ୍ତାକର୍ତ୍ତୀ ଭାବେ ସମ୍ପାଦନ କରିଥିବଲେ। ଏହି ଦ୍ୱିତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞକୁ ପଣ୍ଡିତ ପଦ୍ମନାଭ ଦାସ ତପନ କୁମାର ମିଶ୍ର, ସୁରେଶ କୁମାର ରଥ, ଜାନକୀବାଲ୍ଲଭ ଦାସ, ଦିଲ୍ଲୀପ କୁମାର ତ୍ରିପାଠୀ ଓ ମନ୍ଦିର ପୂଜକ ନାରାୟଣ ରଣା ପ୍ରମୁଖ ଯଜ୍ଞ ପରିଚାଳନା କରିଥିଲେ। ଶତାଧିକ ବ୍ରତ ଧାରୀ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ମାଙ୍କ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ। ଏହି ବିଶ୍ଵଶାନ୍ତି ମହାଯଜ୍ଞକୁ ରାଜସୁନାଖଳା ଗ୍ରାମବାସୀ ବୃନ୍ଦ ଓ ମା ଦକ୍ଷିଣକାଳୀ ମନ୍ଦିରପରିଚାଳନା କମିଟିର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।
ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।