ମାଥିଲି ବନ କର୍ମଚାରୀ ଚଢ଼ାଉ,ଏକ ଲକ୍ଷ ଟଙ୍କା ମୂଲ୍ୟର କାଠ ଜବତ ।

ମାଲକାନଗିରି,୦୬/୧୧(ପିପିଟି) :ମାଲକାନଗିରି ବନ ଖଣ୍ଡ ଅଧିକାରୀ ପ୍ରତାପ କୋଟା ପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଗୋବିନ୍ଦ ପଲ୍ଲୀ ଠାରୁ ୨ କିମି ଦୂର କାନ୍ଦୁଗୁଡା ଠାରେ ଦୁଇ ଟି ସ୍ଥାନ ରେ ଚଢାଉ କରି ଏକ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କାର ଶାଳ ଓ ପିଆଶାଳ କାଠ ଜବତ କରା ଯାଇଅଛି।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମାଥିଲି ବନ କର୍ମଚାରୀ ମାନେ କାନ୍ଦୁଗୁଡା ଗ୍ରାମରେ ପହଞ୍ଚି ଥିଲେ। ରାମ ଆନମାଳିଆ ଘର ନିକଟରୁ ପଟା ଓ ସାଇଜ ମିଶି ୫୨ ଖଣ୍ଡ କାଠ ଜବତ କରା ଯାଇଥିଲା। ଏହି ସମୟରେ ରାମ ଆନମାଳିଆ ଅନୁପସ୍ଥିତ ରହିଥିଲା। ସେହି ପରି ଅନ୍ୟ ଏକ ଅର୍ଦ୍ଧ ନିର୍ମିତ ଘରୁ ୩୫ ଖଣ୍ଡ ପଟା ଓ ସାଇଜ କାଠ ଜବତ ହୋଇଥିଲା। ତାଙ୍କ ନାମ ତୁଳସୀ ଆନମାଳିଆ।ଚଢାଉ ସମୟରେ ସେ ମଧ୍ୟ ଅନୁପସ୍ଥିତ ରହିଥିବା ଜଣାପଡିଛି। ବନ କର୍ମଚାରୀମାନେ ସମସ୍ତ କାଠ କୁ ଜବତ କରିଥିଲେ। ଏହା ବ୍ୟତିତ ବହୁ କାଠ କାଟିବା ସରଞ୍ଜାମ ମଧ୍ୟ ଘଟଣା ସ୍ଥଳରୁ ଜବତ କରାଯାଛି। ରାମ ଆନମାଳିଆ ଏବଂ ତୁଳସୀ ଆନମାଳିଆ ନାମରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ଋଜୁ କରାଯାଇଛି। ଏହି ଚଢାଉରେ ବନପାଳ ପବିତ୍ର କୁମାର ଦାସ, ମୂରଲୀ ମହାରଣା,ସମରା ଖରା,ଏ ପିଙ୍କ୍ ରାଓ, ଋଷିକେଶ ପାଣିଗ୍ରାହୀ, ବନରକ୍ଷୀ ଜଗବନ୍ଧୁ ପାତ୍ର, ଅର୍ଜୁନ ବଟେ ,ଦିଲ୍ଲୀପ କୁମାର ଡାକୁଆ, ସୁବ୍ରତ କୁମାର ପରିଡ଼ା, ଦିପ୍ତିରଞ୍ଜନ ନାୟକ, ସୁଶାନ୍ତ ସ୍ବାଇଁ,ପାରା ସ୍କୁଆର୍ଡ ଏବଂ ୱାଇଲ୍ଡ ଲାଇଫ ସ୍କୁଆର୍ଡ ଯୋଗ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment