ମାତ୍ର ୪୫୦୦ ପାଇଁ ଚାଲିଗଲା ଏକ ଦୁର୍ଲଭ ଜୀବନ ।

କୋଦଳା ,୧୬/୧୧(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ରବିବାର ଦିନ ଏକ ଚଞ୍ଚଲ୍ୟକର ହତ୍ୟା ଅଭିଯୋଗ ଆସିଛି । କୋଦକା ଥାନା ଅନ୍ତର୍ଗତ କାଳିମେଘି ପଞ୍ଚାୟତର ଜପେଟା ଗ୍ରାମର ମଙ୍ଗୁଳୁ ପ୍ରଧାନଙ୍କୁ ହତ୍ୟା କରିଥିବା ନେଇ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ସ୍ତ୍ରୀ ଗାୟତ୍ରୀ ପ୍ରଧାନ । ଏତଲା ଅନୁଯାୟୀ ଗତ ୧୩ ତାରିଖ ଦିନ  ୩ଘଣ୍ଟ ସମୟରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମର ଠିକାଦାର ବାବୁ ସଂମେତ  ୬ଜଣ ବ୍ୟକ୍ତି ଜପେଟା ସ୍ଥିତ ମୃତକଙ୍କ ଘରେ କବାଟ ବାଡେଇ ୪୫୦୦/- ଟଙ୍କା ମାଗିଥିଲେ, ନଚେତ ତତେ ଉଠାଇ ନେଇଯିବୁ କହି ମଙ୍ଗୁଳୁଙ୍କୁ ବାଇକରେ ଜୋର ଜବରଦସ୍ତ ନେଇଯାଇ ନିକଟସ୍ଥ ତୋଟା ପାଖରେ ବାଡିଆପିଟା କରି କାରରେ ନେଇଯାଇଥିଲେ । ମୃତକଙ୍କ ସ୍ତ୍ରୀ ସ୍ୱାମୀଙ୍କୁ ଫେରେଇ ଆଣିବା ପାଇଁ ଅର୍ଥ ଯୋଗାଡ଼ ପାଇଁ ତାଙ୍କ ବାପଘର ବାଦର୍ଖପଲ୍ଲୀ ଯାଇଥିବାବେଳେ ଆଜି ଦୁଇଜଣ ତାଙ୍କ ନିକଟକୁ ଯାଇ “ଗାଡ଼ିରେ ବସ, ତୁମ ସ୍ୱାମୀ କୋଦଳା ମେଡିକାଲରେ ଅଛନ୍ତି”ବୋଲି କହିଥିଲେ । ତେଣୁ ସେ ବ୍ୟସ୍ତହୋଇ ନିଜ ବାପାଙ୍କ ସହ କୋଦଳା ମେଡିକାଲ ଆସି ତାଙ୍କୁ ସ୍ୱାମୀଙ୍କୁ ମୃତ ଅବସ୍ଥାରେ ପାଇଲେ । ମୃତକଙ୍କ ସ୍ତ୍ରୀ ଟଙ୍କା ପାଇଁ ସେମାନେ ମୋ ସ୍ୱାମୀଙ୍କୁ ମାରିଦେଇଛନ୍ତି ବୋଲି କୋଦଳା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ୫୦୬/୨୦୨୬ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କୋଦଳା ଥାନାଧିକାରୀ ସୁବାସ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି । ଏହି ମାମଲାରେ ୨ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଥିବା ଜଣାପଡିଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment