ମାତୃଭାଷାର ଐତିହ୍ୟ ସମ୍ପର୍କରେ ପାଠଚକ୍ର ।

କୋଦଳା ,୧୨/୦୪(ପିପିଟି): ଆଜି କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ ଉପଲକ୍ଷେ ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଙ୍କ ସଭାପତିତ୍ବରେ ଏବଂ ସଂଯୋଜିକା ରଂଜୁବାଳା ନନ୍ଦଙ୍କ ତତ୍ତ୍ଵାବଧାନରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ରେ ମାତୃଭାଷା ର ଐତିହ୍ୟ ସମ୍ପର୍କରେ ଏକ ପାଠଚକ୍ର ଆୟୋଜନ କରାଯାଇଥିଲ୲ ୲ ଏଥିରେ ତାରାତାରିଣୀ ସ୍ନାତକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ପଣ୍ଡା ସାଧନା କର୍ମୀ ଭାବେ ଯୋଗଦେଇ ମାତୃଭାଷା ଓ ଉତ୍କଳ ଭୂଖଣ୍ଡ ର ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ୲୲ ଏଥିରେ ବିଭିନ୍ନ ବିଭାଗର ଅଧ୍ୟାପକ,ଅଧ୍ୟାପିକା ,ଅଣ ଶିକ୍ଷକ କର୍ମଚାରୀ , ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏ ସମସ୍ତଙ୍କର ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ଯ ମଣ୍ଡିତ ହୋଇଥିଲା ୲ ପରିଶେଷରେ ଗଣିତ ବିଭାଗର ବିଭାଗୀୟ ମୁଖ୍ୟ ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ୲

Comments (0)
Add Comment