ମାଟିଲଗ୍ନା ସାହିତ୍ୟ ସଂସଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ।

ଉଲୁଣ୍ଡା,୨୩/୦୯(ପିପିଟି): ଛାତ୍ର ମାନେ ଦେଶର ଭବିଷ୍ୟତ । ସେମାନଙ୍କ ଭିତରେ ପ୍ରଚଣ୍ଡ ପ୍ରତିଭା । ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଆମେ ଚିହ୍ନି ପାରିଲେ ସେମାନେ ପ୍ରବଳ ବେଗରେ ଆଗକୁ ବଢିବା ସହିତ ଭବିଷ୍ୟତରେ ଭାରତର ପୁନଃ ନିର୍ମାଣରେ ମୁଖ୍ୟ ଭାଗୀଦାର ହୋଇ ପାରିବେ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଅନୁଷ୍ଠିତ ମାଟିଲଗ୍ନା ସାହିତ୍ୟ ସଂସଦର ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ ପ୍ରଦାନ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ମାଁ ମଙ୍ଗଳା କଲ୍ଯାଣ ମଣ୍ଡପ ଠାରେ ଆୟୋଜିତ ସମାରୋହରେ ଜିଲ୍ଲା ସଭାପତି ଲକ୍ଷ୍ମୀ ନାରାୟଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ବରିଷ୍ଠ କବୟିତ୍ରୀ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନୂରାବତି ସାହୁ ସ୍ଵତନ୍ତ୍ର ଅତିଥି, ସୋନପୁର ମହାବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଡକ୍ଟର ହିମାଂଶୁ ଶେଖର ପାଢୀ ମୁଖ୍ୟ ବକ୍ତା, କଳାହାଣ୍ଡି ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତା ନରସିଂହ ପ୍ରସାଦ ନାଏକ, ସଂସଦର ପଶ୍ଚିମାଞ୍ଚଳ ପରିଚାଳକ ଅଧ୍ୟାପକ ଗଣପତି ବାଗ, ରାଜ୍ୟ ମହିଳା ମଞ୍ଚ ସଦସ୍ୟା ନୀଳକାନ୍ତି ପଟ୍ଟନାୟକ, ଏବଂ ସଂସଦର ପଶ୍ଚିମାଞ୍ଚଳ ପର୍ଯ୍ୟବେକ୍ଷକ ବିଭୂତି ଭୂଷଣ ବିଶି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରକାଶ କରିଥିଲେ । ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ଅଭିଭାବକ କମିଟି ସଦସ୍ୟ ଶୁଭ୍ରାଂଶୁ ଶେଖର ପାଢୀ ସଭା ପରିଚାଳନା କରିବା ସହିତ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଚବିଶି ଜଣ ଛାତ୍ର ଛାତ୍ରୀ ମାନଙ୍କୁ ମାଟିଲଗ୍ନା ଛାତ୍ର ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ତତସହିତ ସଂସଦରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲକ୍ଷ୍ମୀ ନାରାୟଣ ସାହୁ ଏବଂ ରାଧା ମୋହନ ପୁଝାରୀଙ୍କୁ ମାଟିଲଗ୍ନାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭା ପୂର୍ବରୁ ସଂସଦର ରାଜ୍ୟ ସଭାପତିଙ୍କ ଦ୍ଵାରା ଲକ୍ଷ୍ମୀ ନାରାୟଣ ସାହୁ ସଭାପତି, ସଞ୍ଜୟ କୁମାର ମିଶ୍ର ଉପ-ସଭାପତି, ବଙ୍କା ବିହାରୀ ମହାକୁର ସମ୍ପାଦକ, ଶୁଭେନ୍ଦୁ ମେହେର ସହ-ସମ୍ପାଦକ, ରାଧା ମୋହନ
ପୁଝାରୀ ସଂଯୋଜକ ଏବଂ ସନ୍ତୋଷ କୁମାର ଅଦାବର ସଂଗଠନ ସମ୍ପାଦକ ତଥା ମହିଳା ମଞ୍ଚ ପାଇଁ ସନ୍ତୋଷୀନି ନାୟକ ,ସଭାନେତ୍ରୀ ସନ୍ତୋଷୀନି ନନ୍ଦ ସମ୍ପାଦିକା, ଯଶୋବନ୍ତୀ ବାରିକ ଉପ-ସଭାନେତ୍ରୀ ଓ ମମତା ଦାଶଙ୍କୁ ସହ-ସମ୍ପାଦିକା ଭାବେ ମନୋନୀତ ହୋଇଥିବା ବେଳେ ଘନଶ୍ୟାମ ତ୍ରିପାଠୀ ଓ ନୀଳକାନ୍ତି ପଟ୍ଟନାୟକଙ୍କୁ ଉପଦେଷ୍ଟା ଏବଂ କବି ଶୁଭ୍ରାଂଶୁ ଶେଖର ପାଢୀଙ୍କୁ ପର୍ଯ୍ୟବେକ୍ଷକ ଭାବରେ ମନୋନୀତ କରାଯାଇଥିଲା ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment