ମାଟିତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ।

ବେଲଗୁଣ୍ଠା,୧୨/୧୦(ପିପିଟି):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ମଳିଙ୍ଗି ଗ୍ରାମ ନିକଟ ଜଙ୍ଗଲରେ ମାଟି ତଳେ ପୋତା ଯାଇଥିଲା ମୃତଦେହ। ଆଜି ପୋଲିସ ମୃତଦେହକୁ ଉଦ୍ଧାର କରିଛି। ମୃତକ ଜଣକ ହେଲେ ସୁଗୁମ ଗ୍ରାମର ମାଧବ ନାୟକ।ମାଧବ ଘରୁ ଛଅ ଦିନ ତଳେ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ପତା ନମିଳିବାରୁ ଥାନାରେ ନିଖୋଜ ଏତଲା ଦେଇଥିଲେ। ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା ସେହି ଗ୍ରାମର ଜଣେ ଯୁବକ ସହ ବୁଲିବାକୁ ଯାଇଥିଲା ।ତାପରେ ଘରକୁ ଫେରିନଥିଲା।ଯୁବକକୁ ଥାନାକୁ ଆଣି ପୋଲିସ ପଚରାଉଚରା ବେଳେ ଜଣାପଡିଥିଲା କୌଣସି କାରଣରୁ ତାଙ୍କୁ ହତ୍ୟାକରି ମାଟି ତଳେ ପୋତିଦେଇଥିଲା। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ,ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରି ମାଟି ତଳୁ ମୃତଦେହକୁ ଉଦ୍ଧାର କରିଛି। ତେବେ ଏହି ହତ୍ୟା ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment