ମାଗୁରାଣୀ ଚାଞ୍ଚରାରେ ଚାଞ୍ଚଲ୍ୟ,ଶାଶୁକୁ ବାଡେଇ ବାଡେଇ ମାରିଦେଲା ଜ୍ୱାଇଁ ।

କୋଦଳା,୨୧/୦୬(ପିପିଟି);ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ପଞ୍ଚାୟତର ମାଗୁରାଣୀ ଚାଞ୍ଚରା ଗ୍ରାମରେ ଜ୍ୱାଇଁ ନିଜ ଶାଶୁକୁ ବାଡେଇ ବାଡେଇ ମାରିଦେବ। ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜାନକୀ ପାତ୍ରଙ୍କ ଝିଅ ଲକ୍ଷ୍ମୀଙ୍କୁ ସେହି ଗ୍ରାମର ମୁରଲୀ ପାତ୍ର ବହୁତ ବର୍ଷ ପୂର୍ବେ ବିବାହ କରିଥିଲେ। ରବିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ମୁରଲୀ ସହ ଲକ୍ଷ୍ମୀଙ୍କ କଥା କଟ।କଟି ହୋଇଥିଲା । ପରେ ପରେ ଉତ୍ୟକ୍ତ ମୁରଲୀ ପତ୍ନୀ ଲକ୍ଷ୍ମୀଙ୍କୁ ମାଡ଼ ମାରିବା ସହ ଶାଶୁ ଜାନକୀ(୪୫) ସବୁ କାଣ୍ଡ କରୁଛନ୍ତି ବୋଲି ସନ୍ଦେହ କରି ଶାଶୁଙ୍କ ଘରେ ପଶି ମୁରଲୀ କବାଟ ବନ୍ଦ କରି ଶାଶୁ ଜାନକୀଙ୍କୁ ନିର୍ଘାତ ମାଡ ମାରି ମୁମୂର୍ଷୁ ଅବସ୍ଥାରେ ଛାଡି ଜ୍ୱାଇଁ ମୁରଲୀ ଫେରାର ହୋଇଯାଇଥିଲେ। ଗୁରୁତର ଆହତ ଜାନକୀଙ୍କୁ ପ୍ରଥମେ କୋଦଳା ଡାକ୍ତରଖାନା ନେବା ପରେ ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି କୁ ପଠାଯାଇଥିଲା । କିନ୍ତୁ ଚିକିଛିତ ଅବସ୍ଥା ରେ ବିଳମ୍ବିତ ରାତିରେ ଜନକୀଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଶବକୁ ଜବତ କରି ବ୍ୟବଛେଦ କରିଥିବା ବେଳେ ଜନକୀଙ୍କ ସ୍ୱାମୀ ସୁବାସ ପାତ୍ର ବେଗୁନିଆପଡା ଫାଣ୍ଡିରେ ଏକ ଏତଲା ଦେଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଁଚିବାସହ ତଦନ୍ତ ଜାରି ରଖିଛି।ଆସାମୀ ମୁରଲୀ ଫେରାର ଥିବା ଜଣାପଡ଼ିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment