ଭଞ୍ଜନଗର,୨୪/୦୫(ପିପିଟି): ଭଞ୍ଜନଗର ବ୍ଲକ ବାହାଡ଼ା ପଦର ହାଇସ୍କୁଲ ଠାରେ ମଙ୍ଗଳବାର ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳର ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଓ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ୫୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏଥିରେ ଆଖପାଖ ଅଞ୍ଚଳର ବହୁ ଚକ୍ଷୁ ରୋଗୀ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୧୭୦ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି।ସେହିପରି ପ୍ରଥମ ପର୍ଯ୍ୟାୟରେ ୫୦ଜଣ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପଠାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୭୦ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ପଠାଯିବ।ଏହି କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ସଙ୍ଗଠନର ବହୁ ସଦସ୍ୟ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମେନେଜର ଚିତ୍ରସେନ ଗୌଡ଼ଙ୍କ ସମେତ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )