ମାଗଣା ଚାଉଳ ବଣ୍ଟନ ବନ୍ଦକୁ କେନ୍ଦ୍ର କରି ବେଲଗୁଣ୍ଠା ବିଜେଡ଼ିର ଧାରଣା ।

ବେଲଗୁଣ୍ଠା,୧୬/୦୨(ପିପିଟି): ଗରୀବ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରିଦେବା ପରେ ଏହାକୁ ଘୋର ବିରୋଧ କରିଛି ବେଲଗୁଣ୍ଠା ବିଜେଡି । ଆଜି କେନ୍ଦ୍ର ସରକାରଙ୍କ ଗରୀବ ମାରଣ ନୀତିକୁ ବିରୋଧ କରି ବେଲଗୁଣ୍ଠା ବିଜେଡ଼ି ପକ୍ଷରୁ ଉଭୟ ବ୍ଳକ୍ କାର୍ଯ୍ୟାଳୟ ଏବଂ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ଵର ପାତ୍ରଙ୍କ ନେତୃତ୍ୱରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ,ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ, ବରିଷ୍ଠ ବିଜେଡ଼ି ନେତା ମାଧବ ଚନ୍ଦ୍ର ଆପଟ,ଜିଲ୍ଲାପରିଷଦ ସଭ୍ୟ ଏବଂ ବହୁ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଚାଉଳ ବଣ୍ଟନ ବନ୍ଦ ନୀତିକୁ ଦୃଢ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ କୁମାର ଶତପଥୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିପରି ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ନଗରପାଳ ଫିରୋଜ ସେଠୀ, ଉପାଧ୍ୟକ୍ଷା ଟି.ବବିତା କୁମାରୀ, ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ପୂର୍ବତନ ନଗର ପାଳ ଚନ୍ଦ୍ରମଣି ସାମଲ, ପୂର୍ବତନ ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ,କାଉନସିଲର୍ ଦିବ୍ୟ ରଂଜନ ଦାଶ,ଭାସ୍କର ପାତ୍ର,ସମସ୍ତ କାଉନସିଲର, ସମବାୟ ସମିତି ନିର୍ଦ୍ଦେଶକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ରଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ସହରରେ କୌଣସୀ ପ୍ରକାର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୁଲିସ ବାହିନୀ ମୁତୟନ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment