ମାଗଣା ଚକ୍ଷୁ ପରୀକ୍ଷା ଶିବିର।

ହିଞ୍ଜିଳିକାଟୁ,୨୨/୦୩(ପିପିଟି) ବରିଷ୍ଠ ନାଗରିକ ସଙ୍ଘ ହିଂଜିଳିକାଟୁ ଦ୍ୱାରା ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ,ସମରଝୋଳ ସହଯୋଗରେ ଏକ ମାଗଣା କଳା ମୋତିଆବିନ୍ଦୁ ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ତା-୨୨/୩/୨୦୨୧ ରିଖ , ସୋମବାର ଦିନ ଆଙ୍କୁରଡା ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୬୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୯ଜଣଙ୍କୁ ଚାଷମା ପ୍ରଦାନ କରାଯାଇଥିବା ବେଳେ,୨୪ ଜଣଙ୍କର ପରଳ ଚିକିତ୍ସା ପାଇଁ ଶଙ୍କର ହସ୍ପିଟଲକୁ ନିଆଯାଇଥିଲାବେଳେ ,୩ଜଣକୁ କଳା ମୋତିଆବିନ୍ଦୁ ହୋଇଥିବା ଚିହ୍ନଟ କରାଯାଇଥିଲା ।
(ରିପୋର୍ଟ – ସାନ୍ତନୁ କୁମାର ବେହେରା ।)

Comments (0)
Add Comment