ମାଗଣାରେ ମଶାରୀ ବଣ୍ଟନ ଅଭିଯାନ ଆରମ୍ଭ ।

ପଦ୍ମପୁର,୧୧/୦୮(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ମେଲେରିଆ ପ୍ରପିଡିତ ଅଞ୍ଚଳ ଭାବେ ବିବେଚିତ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତର ମଲଦା ଓ ପିପଲପାଲି ଗ୍ରାମରୁ ଆଜି ଆରମ୍ଭ କରାଯାଇଛି ମାଗଣା ମଶାରୀ ବଣ୍ଟନ କାର୍ଯ୍ୟକ୍ରମ । ଦୁଇଖଣ୍ଡ ଗ୍ରାମର ସମୁଦାୟ ୮୮୮ ଟି ମଶାରୀ ବଣ୍ଟନ ର କାର୍ଯ୍ୟକ୍ରମ ରହିଛି । ଏପରିପେକ୍ଷୀ ରେ କୋଭିଡ-୧୯ କୁ ଆଖିଆଗରେ ରଖି ପ୍ରାରମ୍ଭେ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ସରପଞ୍ଚ ଭିଷ୍ମଦେବ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ପରେ ମଲଦା ଗ୍ରାମରେ ଭେଙ୍ଗରାଜପୁର ସବସେଣ୍ଟର କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମି ସରୋଜିନୀ ପଟେଲ ଏବଂ ପିପଲପାଲି ଗ୍ରାମରେ ପୁରୁଷ ସ୍ୱାସ୍ଥ୍ୟକର୍ମି ସୁନିଲ ରଣାଙ୍କ ତତ୍ୱାବଧାନ ରେ ସ୍ଥାନୀୟ ଅଞ୍ଚଳର ଆଶା କର୍ମି ଓ ଅଙ୍ଗନୱାଡି କର୍ମିଙ୍କ ସହାୟତାରେ ପରିବାର ପିଛା ପୂର୍ବରୁ ସର୍ଭେ ଅନୁଯାୟୀ ମାଗଣା ମଶାରୀ ବଣ୍ଟନ କରାଯାଇଛି । ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପର ଭାଇଜର ରବିନ୍ଦ୍ର ମୋହନ ଦାଶ କିଭଳି ଭାବେ ସମସ୍ତ ଲୋକେ ସୁରୁଖୁରୁ ରେ ମଶାରୀ ବ୍ୟବହାର କରି ପାରିବେ ସେ ବିଷୟରେ ଜନସାଧାରଣଙ୍କୁ ମେଲେରିଆ ନିରାକରଣ ଦିଗରେ ସଚେତନତାର ବାର୍ତ୍ତା ଜଣାଇଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment