ମାଗଣାରେ କମଳ, ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ।

ବୋଲଗଡ଼,୧୪/୦୧ (ପିପିଟି): ପବିତ୍ର ମକର ସଙ୍କ୍ରାନ୍ତି ଉପଲକ୍ଷେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଓ ତାଙ୍କର ଧର୍ମ ପତ୍ନୀ ମିଳିତ ଭାବେ ବୁଧବାର ଦିନ ବଡକୁମାରୀ ସ୍ଥିତ ହାଟବସ୍ତ ଅଲ୍ଟ୍ର ଜରା ଆଶ୍ରମ ପରିଦର୍ଶନ କରି ଅବସ୍ଥାପିତ କରୁଥିବା ବୃଦ୍ଧ ବୃଦ୍ଧା ଙ୍କର ଆଶୀର୍ବାଦ ଲାଭ କରିଥିଲେ। ମାନବ ସେବା ହିଁ ମାଧବ ସେବା ନୀତି ଆଦର୍ଶକୁ ପାଥେୟ କରି ବୃଦ୍ଧା ଆଶ୍ରମରେ ଖରା, ବର୍ଷା, ଶୀତ କାକରରେ ବସବାସ କରୁଥିବା ୨୦ଜଣ ବୁଢ଼ା ବୁଢୀ ମାନଙ୍କୁ ମାଗଣାରେ ଶୀତବସ୍ତ୍ର କମଳ, ଫଳ ଓ ଶୁଖିଲା ଖାଦ୍ୟ ଆଜି ବଣ୍ଟନ କରି ସେମାନଙ୍କର ସୁସ୍ଥ ତଥା ନୀରୋଗ ଜୀବନ ଯାପନ କାମନା କରି ଅଛନ୍ତି। ଘରୁ ବିତାଡ଼ିତ ହୋଇ ଜରା ଆଶ୍ରମରେ ବସବାସ କରୁଥିବା ସମସ୍ତେ ଜୀବନରେ ସୁଖୀ ଓ ଆନନ୍ଦ ହୁଅନ୍ତୁ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ବାଇଁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଅଛନ୍ତି। ଏହି କମଳ ବଣ୍ଟନ କାଯ୍ୟକ୍ରମରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅଲ୍ଟା ର ସମ୍ପାଦକ ବ୍ରହ୍ମଚାରୀ ରାୟ, କୋଷାଧ୍ୟକ୍ଷ ଫକୀର ମହାରଣା, ପରିଚାଳକ ରାଜେଶ କୁମାର ଦାସ ଓ ସେବିକା ପ୍ରତିମା ବିଶ୍ବାଳ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ଏହି ଜନକଲ୍ୟାଣ କାଯ୍ୟକ୍ରମ କୁ ବଡକୁମାରୀ ଗ୍ରାମପଞ୍ଚାୟତ ର ସମସ୍ତ ଜନସାଧାରଣ ଉଚ୍ଚ ପ୍ରଶଂସା କରିଅଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment