ମାଓ ସ୍ମାରକୀ ଭାଙ୍ଗି ଧ୍ବଂସ କଲେ ଯବାନ ।

ମାଲକାନଗିରି,୧୫/୧୨(ପିପିଟି):ଆଜି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେବାଡା ଜିଲ୍ଲା ଅନ୍ତର୍ଗତ ଗୋଣ୍ଡେରାସ୍ ଠାରେ ଥିବା ତିନି ଗୋଟି ମାଓ ସ୍ମାରକୀ ସ୍ତୁପକୁ ଭାଙ୍ଗ ଧ୍ବଂସ କରିଛନ୍ତି ଯବାନମାନେ। ଡିଆରଜି ଯବାନମାନେ କୁମ୍ବିଂ ଅପରେସନ କରିବା ସମୟରେ ଏହି ମାଓ ସ୍ମାରକୀଗୁଡିକ ନଜରକୁ ଆସିଥିଲା । ସାଧରଣତଃ ଯେଉଁ ମାଓବାଦୀମାନେ ପୋଲିସ ଯବାନଙ୍କ ସହ ଗୁଳିବିନିମୟରେ ପ୍ରାଣ ହରାଇଥାନ୍ତି ସାଥୀ ମାଓବାଦୀଙ୍କ ସ୍ମାରକୀ ସ୍ତୁପ ମାଓ ସଂଗଠନ ଦ୍ବାରା ଘଞ୍ଚ ଜଙ୍ଗଲରେ ନିର୍ମାଣ କରିଥାନ୍ତି ଏବଂ ପିଏଲଜିଏ ସପ୍ତାହ ପାଳନ ବେଳେ ଏହି ସ୍ତୁପ ନିକଟରେ ମାଓବାଦୀମାନେ ଏକତ୍ରୀତ ହୋଇ ସଂଗ୍ରାମୀ ସାଥୀର ଗୁଣାବଳୀକୁ ମନେ ପକାଇ ସଭା ସମିତି କରିଥାନ୍ତି । ପ୍ରକାଶ ଥାଉ କି,ମାଓକମିଟି ସଦସ୍ୟ ବିନୋଦ ନାମରେ ଦଶ ଲକ୍ଷ ଟଙ୍କାର ପୁରସ୍କାର ରାଶି ସ୍ଥାନୀୟ ସରକାର ଘୋଷଣା ଥିଲା ବେଳେ ପାଞ୍ଚ ଲକ୍ଷ ପୁରସ୍କାର ରାଶି ଗୁଣ୍ଡାଧୁରଙ୍କ ନାମରେ ସ୍ଥାନୀୟ ସରକାର ଘୋଷଣା କରିଥିଲେ । ଆଜି ଘନ ଜଙ୍ଗଲରେ ଯବାନମାନଙ୍କ ତରଫରୁ ସମୁଦାୟ ତିନୋଟି ନକ୍ସଲ ସ୍ମାରକୁ ଭାଙ୍ଗି ନଷ୍ଟ କରାଯାଇଛି । ମାଓବାଦୀମାନେ ଗୋଣ୍ଡେରାସ ଗ୍ରାମରେ ଏହି ମାଓବାଦୀଙ୍କ ସ୍ମାରକୀ ନିର୍ମାଣ କରିଥିଲେ । ଗୁରୁତର ଅସୁସ୍ଥତା ହେତୁ ମାଓ କମାଣ୍ଡର ବିନୋଦଙ୍କ ମୃତ୍ୟୁ ହୋଇଥିବା ବେଳେ ସୁକମା ପୋଲିସର ଏକ ଏନକାଉଣ୍ଟରରେ ମାଓ କମାଣ୍ଡର ଗୁଣ୍ଡାଧୁରଙ୍କ ମୃତ୍ୟୁ ଘଟିଥିଲା। ଏ ଦୁହିଁକ ସ୍ମାରକୀ ଭାବେ ସ୍ତମ୍ଭ ନିର୍ମାଣ କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment