ମାଓବାଦୀଙ୍କ ଗୁଳିରେ ୩ ଯବାନ ଶହୀଦ,୨ ଗୁରୁତର ।

ମାଲକାନଗିରି,୨୫/୦୨(ପିପିଟି):ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ଯରେ ମୁହାଁମୁହିଁ ଗୁଳିବିନିମୟ ହୋଇଛି।ମାଓବାଦୀଙ୍କ ଗୁଳମାଡରେ ୩ ଯବାନ ଶହୀଦ ହୋଇଥିବ. ବେଳେନ୨ ଯବାନ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ ମାଲକାନଗିରି ସୀମାନ୍ତ ସୁକୁମାର କୁନ୍ଦେର ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ବିଭାଗ ଦ୍ବାରା ସୂଚନା ମିଳିଥିଲା। ଏହାପରେ କୁନ୍ଦେର ଜଙ୍ଗଲ ରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କୁମ୍ବି ଅପରେସନ ଆରମ୍ଭ ହୋଇଥିଲା । ମାଓବାଦୀମାନେ ସୁରକ୍ଷ କର୍ମୀଙ୍କୁ ଦେଖି ଗୁଳି ଚାଳନା କରିଥିଲେ। ପରେ ପରେ ସୁରକ୍ଷା କର୍ମୀମାନେ ପାଲଟା ଗୁଳି ବିନିମୟ କରିଥିଲେ। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ଗୁଳି ଚାଳନା ଚାଲିଥିଲା। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ମାଓବାଦୀଙ୍କ ଗୁଳିରେ ୩ ଯବାନ ଶହୀଦ ହୋଇଥିଲେ ଏବଂ ୨ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଯବାନମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶହୀଦ ହୋଇଥିବା ଯବାନ ମାନଙ୍କ ମଧ୍ୟରେ ଏଏସ ଆଇ ରଘୁରାମ ଦାସ, କନେଷ୍ଟବଳ କୁଞ୍ଜମ ଜଗା,ଭଞ୍ଜମ ଭୀମା ବୋଲି ଜଣାପଡିଛି। ସୁରକ୍ଷା କର୍ମୀଙ୍କ ପକ୍ଷରୁ ଜଙ୍ଗଲରେ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment