ମାଇ ଭାରତଯାଜପୁର ଦ୍ୱାରା ‘ହର ଘର ତିରଙ୍ଗା’ ଅଭିଯାନ ଆୟୋଜିତ ।

ଯାଜପୁର, ୧୬/୦୮(ପିପିଟି): ମାଇ ଭାରତ ଯାଜପୁର ପକ୍ଷରୁ ଜିଲ୍ଲାରେ ‘ହର ଘର ତିରଙ୍ଗା ଅଭିଯାନ’ ଆୟୋଜନ କରାଯାଉଛି। ଜାତୀୟ ପତାକା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହିତ ବିଶେଷକରି ଯୁବବର୍ଗଙ୍କୁ ଏହି ଅଭିଯାନରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବା ଏହାର ଉଦ୍ଦେଶ୍ୟ।ଏହି ଅଭିଯାନର ଅଂଶ ଭାବେ ୧୪ ଅଗଷ୍ଟ ୨୦୨୬ରେ ଭି.ଏନ୍. ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନସିସି ସହଯୋଗରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୧୫ ଅଗଷ୍ଟ ୨୦୨୬ରେ ମାଇ ଭାରତ ଯାଜପୁର କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ଧର୍ମଶାଳା, ଦଶରଥପୁର ଏବଂ ବରୀ ବ୍ଲକରେ ଯୁବ କ୍ଲବ ଏବଂ ମହିଳା ମଣ୍ଡଳର ସକ୍ରିୟ ସହଯୋଗରେ ‘ହର ଘର ତିରଙ୍ଗା’ ରାଲି ଆୟୋଜିତ ହୋଇଥିଲା।

ଯୁବ କାର୍ଯ୍ୟକ୍ରମ ଓ କ୍ରୀଡ଼ା ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଅଭିଯାନ ୧୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ଏହା ଅଧୀନରେ ଯୁବ ସ୍ୱେଚ୍ଛାସେବୀ ଏବଂ ସମୁଦାୟଭିତ୍ତିକ ସଂଗଠନଗୁଡ଼ିକ ସଚେତନତା କାର୍ଯ୍ୟକ୍ରମ ଓ ରାଲିରେ ଅଂଶଗ୍ରହଣ କରୁଛନ୍ତି। ଜାତୀୟ ପତାକାର ମହତ୍ତ୍ୱ ଓ ସମ୍ମାନ ସମ୍ପର୍କରେ ଯୁବମାନଙ୍କୁ ସଚେତନ ଏବଂ ସଂପୃକ୍ତ କରିବା ପାଇଁ ମାଇ ଭାରତ ପୋର୍ଟାଲ ମାଧ୍ୟମରେ ‘ହର ଘର ତିରଙ୍ଗା’ ସମ୍ପର୍କିତ ବିଭିନ୍ନ କୁଇଜ୍ ଓ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି।
ମାଇ ଭାରତ ଯାଜପୁର ପକ୍ଷରୁ ଜନସାଧାରଣ ଏବଂ ଯୁବବର୍ଗଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହିତ ଜାତୀୟ ଗର୍ବ, ଏକତା ଓ ଦେଶପ୍ରେମର ପ୍ରତୀକ ତିରଙ୍ଗାକୁ ଗର୍ବର ସହିତ ପ୍ରଦର୍ଶନ କରିବାକୁ ଆହ୍ୱାନ କରାଯାଇଛି।

Comments (0)
Add Comment