ମାଆ କୁମାରଶୁଣି ପୀଠରେ ଉଢୁରା ପଂଚାୟତ ସ୍ତରୀୟ ବିଜେଡ଼ି କର୍ମୀ ସମ୍ମିଳନୀ ।

ବେଲଗୁଣ୍ଠା, ୦୧/୦୯(ପିପିଟି ):ବେଲଗୁଣ୍ଠା ବ୍ଳକ୍ ମାଆ ତଳ କୁମାରଶୁଣି ପୀଠରେ ଉଢୁରା ପଂଚାୟତ ସ୍ତରୀୟ ବିଜେଡ଼ି କର୍ମୀ ସମ୍ମିଳନୀ ଏବଂ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନାଏବ ସରପଞ୍ଚ ସଞ୍ଜିବ୍ ନାଇକଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ବରିଷ୍ଠ ବିଜେଡ଼ି ନେତା ପଞ୍ଚାନନ ସାମଲ୍,ସରପଞ୍ଚ ପ୍ରତିନିଧି ବୁଲୁ ସେଠୀ ଯୋଗ ଦେଇ ଆଗାମୀ ଦିନରେ ସଂଗଠନକୁ କିପରି ସୁଦୃଢ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ । ସମସ୍ତ ମନୋମାଳିନ୍ଯକୁ ଭୂଲି ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନକୁ ସଜାଡ଼ିବା ସହିତ ବିଭିନ୍ନ ୱାର୍ଡ୍ ରୁ ମୁଖ୍ୟ ମୁଖ୍ୟ କର୍ମୀଙ୍କୁ ଚୟନ କରି କମିଟି ଗଠନ ପାଇଁ ଆଲୋଚନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି କର୍ମୀ ରଙ୍କ ନିଧି ନାଇକ,ଅଯୋଧ୍ୟା ନାଇକ,ଭୋଳାନାଥ ନାଇକ , ସନ୍ତୋଷ ନାଇକ, ବାବୁ ରାମ ନାଇକ,ଜଗନ୍ନାଥ ନାଇକ, ସୁନୀଳ ନାଇକ, ଭଗବାନ ନାଇକ, ରଞ୍ଜିତ୍ ନାଇକ, ଭଗବାନ୍ ନାଇକ, ଗଗନ ନାଇକ, ବଚନ ନାଇକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Comments (0)
Add Comment