ଏବେ ମଦ, ମାଂସ,ଜୁଆ ଓ ସୁନ୍ଦରୀ ବେଶ୍ୟା କିଛି ବ୍ଯକ୍ତି ବିଶେଷଙ୍କର
ଆଭିଜାତ୍ୟର ଉପାଦାନ ବୋଲି ବିବେଚନା କରନ୍ତି। ଯେତେବେଳେ ହାତ ରେ ଗୁଡାଏ ଅର୍ଥ ଆସିଯାଏ, ସେହି ଧନାଢ୍ଯ ବ୍ୟକ୍ତିଟି ଖରାପ ମାର୍ଗରେ ଟଙ୍କା ଅପଚୟ କରିବାକୁ
ପ୍ରଚେଷ୍ଟା କରେ ।ସେ ଅର୍ଥ ବଦଳରେ ଆନନ୍ଦ ଓ ଭୋଗ ବିଳାସ
ପ୍ରାପ୍ତି ଲାଗି ଲାଳାୟିତ ହୋଇ ପଡେ। ଘରର ଘରଣୀ ଭଲ ଲାଗେ ନାହିଁ,ସେ ଖୋଜି ବୁଲେ ଯୈ।ନ ପିପାସା ଚରିତାର୍ଥ ପାଇଁ
ନୂତନ ତରୁଣୀ। ଏଣୁ ପ୍ରଚୁର ଅର୍ଥ ବ୍ୟୟ କରି ଘୂରିବୁଲେ ବିଭିନ୍ନ
ସହର। ଏବଂ ଯୈ।ନ ଲାଳସାକୁ ଅକ୍ତିଆର କରେ ।ନିଜର ଚରିତ୍ର ପ୍ରତି ଧ୍ୟାନ ଦିଏ ନାହିଁ। ଏହା ସେହି ଲମ୍ପଟ ପୁରୁଷ ପାଇଁ
ସାଧାରଣ କଥା ହୋଇ ଯାଏ।ବହୁ ନାରୀ ସହ ଶାରୀରିକ ସଂପର୍କ ହେତୁ ଏଡ୍ସ ଆଜି ମହାମାରୀ ରେ ପରିଣତ ହେଲାଣି। ସେହିପରି ମଦ୍ଯ ପାନ ମନରେ
ନୂତନ ଆନନ୍ଦ କୁ ଉଜ୍ଜୀବିତ କରେ । ଥରେ ମଦ୍ଯସକ୍ତ ହୋଇ ଗଲେ,ସେ ରାସ୍ତାରୁ ଫେରିବା ସହଜ ନୁହେଁ। ସେ ମଣିଷ ମଲା
ପର୍ଯ୍ୟନ୍ତ ପିଇ ପିଇ ସଂସାରରୁ ବିଦାୟ ନିଏ । ତଦ୍ରୁପ ଜୁଆଡି ର
ଅବସ୍ଥା ସଂଘାତିକ। ସେ ଜୁଆରେ ହାର ଜିତ ରେ ଜୀବନକୁ ବାଜି ଲଗାଇ ଶେଷରେ ହାରି ଯାଏ , ଯେପରି କୈ।ରବ ଓ ପାଣ୍ଡବଙ୍କ ମଧ୍ୟରେ ଆୟୋଜିତ ପଶା ଖେଳ ପରି।ଏ ସବୁ ରାସ୍ତା ଖରାପ ହେଲେ ମଧ୍ୟ ସ୍ବଳ୍ପ ସୁଖ ପାଇଁ ଧନାଢ୍ଯ ଲୋକମାନଙ୍କ
ପ୍ରତିଯୋଗିତା। ସେହିପରି ମଣିଷ ପଡ଼ିଛି ମାଂସ ମୋହରେ।
ହିନ୍ଦୁ ମାନେ ମାଂସ ଭକ୍ଷଣ କରନ୍ତି ନାହିଁ। ଯେଉଁମାନେ କରନ୍ତି, ତାଙ୍କୁ ମ୍ଳେଛ କୁହାଯାଏ । ସେମାନେ ଅପବିତ୍ର ହୁଅନ୍ତି।ଆଉ ଅସ୍ପୃଶ୍ୟ ବୋଲି ଘୃଣିତ ହୁଅନ୍ତି। ଏ ସବୁ ମାଂସ ଭକ୍ଷଣରୁ ସ୍ପୃଶ୍ଯ ଅସ୍ପୃଶ୍ୟର ଉତ୍ପତ୍ତି। ଜିହ୍ୱା ଲାଳସା ପାଇଁ ବହୁତ ଲୋକ ଉଚ୍ଚ ଜାତିରୁ ନୀଚ୍ଚ ଜାତିକୁ ଆସି ଯାଇଛନ୍ତି ଏବଂ ପତିତ ହୋଇ ଯାଇଛନ୍ତି। ଏଣୁ ବୈଦିକ କାଳରେ ଏକ ନିୟମ କରାଗଲା ଯେ
ଯଜ୍ଞ ରେ ପଶୁ ବଳି କରିବା ପାପ ନୁହେଁ,କି ଖାଇବା ମଧ୍ୟ ପାପ ନୁହେଁ। ନତୁବା ଯଜ୍ଞ ବିନା ମାଂସ ଭକ୍ଷଣ ନିଷେଧ ତଥା ପାପ
ରେ ଗଣ୍ୟ। କିନ୍ତୁ ଆଜି ସବୁଠି ମାଛ, ମାଂସ ଦୋକାନ। ଦୈନିକ ପଶୁ ପକ୍ଷୀ ବଧ। ମାଂସ ଦୋକାନ ଗୁଡ଼ିକ ଚକାଚକ ଭିଡ଼। ଠେଲାପେଲା ଆଇଁଷ ବଜାର। ପନିପରିବା ପ୍ରତି ବିତୃଷ୍ଣା ଭାବ।
କିବା ଧନୀ କିବା ଗରିବ, ଆଜି କାଲି ଆଇଁଷ ପ୍ରତି ମନରେ ବଡ ଦୁର୍ବଳତା। କିଛି ଲୋକ ଆଇଁଷ ଖାଇବା ପାଇଁ କିଛି ନିର୍ଦ୍ଧିଷ୍ଟ ବାରକୁ ଚୟନ କରନ୍ତି,ଅନ୍ଯ ବାରରେ ଆଇଁଷ ଭକ୍ଷଣ ନିଷେଧ। ଏ ଭଳି କିଛି ଧାର୍ମିକ ଲୋକମାନଙ୍କ ଆଜି କାଲି ଉତ୍ପତ୍ତି। ବିଚିତ୍ର କଥା ସପ୍ତାହକ ସାତ ଦିନରୁ ଯଦି ୩ କି ୪ ବାର ଛାଡି, ଅନ୍ୟ ବାରେ ଆଇଁଷ ଖାଇଲେ, ଏମାନେ କି ପ୍ରକାର ଧର୍ମକୁ ପାଳନ କରନ୍ତି ବୁଝିବା କଷ୍ଟ। ଆଉ କିଛି ଲୋକ ମିଳେ ମଙ୍ଗଳ ବାର ନ ମିଳିଲେ ସୋମବାର ନୀତିର ଚଳନ୍ତି। ଏମାନେ କହନ୍ତି :- ଆତ୍ମ ସିଦ୍ଧି, ସର୍ବ ସିଦ୍ଧି । ଏଣୁ ଏମାନଙ୍କର ବାର, ତିଥି କିଛି ନାହିଁ।
ଆମିଷ ଖାଇବା ଅର୍ଥ ଗୋଟିଏ ଜୀବକୁ ମାରି ଭକ୍ଷଣ କରିବା।
ଆଉ ଆତ୍ମ ତୃପ୍ତି ହେବା। ଆଜି କାଲି ନିରାମିଷ ଲୋକ ବହୁତ କମ। ଓଡ଼ିଶା ଆଉ ପଶ୍ଚିମ ରେ ଉଚ୍ଚ କିବା ନୀଚ୍ଚ ସବୁ ବର୍ଗର ଲୋକ ଆମିଷ ଭକ୍ଷଣ କରନ୍ତି। ହୁଏ ତ ବିଭିନ୍ନ ପୁରାଣରେ ଉତ୍କଳ କୁ ମ୍ଳେଛ ଦେଶ ବୋଲି କୁହା ଯାଏ । ଆମିଷ ଭକ୍ଷଣ ଲାଗି ଅଧିକାଂଶ ଶକ୍ତି ପୀଠରେ ବଳି ପ୍ରଥା ପ୍ରଚଳିତ ହୋଇ ଆସୁଛି। ଏହାକୁ କୌଣସି ଆଇନ ମଧ୍ୟ କଟକଣା ଲଗାଇ ପାରୁ
ନାହିଁ। ପରମ୍ପରା ନାଁ ରେ ବଳି ପ୍ରଥା ଚାଲୁଛୁ। ଆଇନ ଅଛି, ମାତ୍ର
ଆଇନ ତା’ର ବାଟରେ ଘୋର ନିଦ୍ରାରେ ସୁପ୍ତ।
ଓଡ଼ିଶା ରେ ବର୍ତ୍ତମାନ ମାଂସକୁ ନେଇ ଚର୍ଚ୍ଚା। ବିଭିନ୍ନ ଗଣମାଧ୍ୟମରେ ଗୋମାଂସ କୁ ନେଇ ଭାଇରାଲ। ହିନ୍ଦୁ ହୋଟେଲ ରେ ହିନ୍ଦୁ ମାନେ ଗୋମାଂସ ଭକ୍ଷଣ କଲେ। ଅଲଗା ସଂପ୍ରଦାୟ ଲୋକମାନେ ବର୍ତ୍ତମାନ ଗୋ ହତ୍ଯା କରି ବିଭିନ୍ନ ହୋଟେଲରେ ଶସ୍ତାରେ ବିକ୍ରୟ କରୁଛନ୍ତି। ଛେଳି ମାଂସ ସହିତ ଗୋମାଂସ ରନ୍ଧନ କରି ପରସା ଯାଉଛି। ଗୋମାଂସ ଯୋଗାଉଥିବା ଯୁବକ
ସର୍ବସାଧାରଣ ରେ ଧରା ପଡିଲା ପରେ ସବୁ କଥା ବାନ୍ତି କରୁଛି।
ପୋଲିସର ଜ୍ଞାତ ସାରେ ଗୋ ମାଂସ ଚାଲାଣ ହେଉଛି। ସହର ହୋଟେଲ ଗୁଡ଼ିକରେ ପ୍ରବଳ ମଟନ ନାଁ ରେ ଗୋ ମାଂସକୁ ଶସ୍ତା
ଦରରେ ପ୍ଳେଟ ଲାଗୁଛି। ଲୋକମାନେ ମଧ୍ୟ ମାଂସ କୁ ପ୍ରବଳ ଗ୍ରାସ କରନ୍ତି। କୌଣସି ଧନୀକ ଲୋକମାନେ ହୋଟେଲ କୁ ଗଲେ ବେଶି ମଟନକୁ ଅର୍ଡର୍ ଦିଅନ୍ତି। ମଧ୍ୟ ବିତ୍ତ ମାନେ ଚିକେନ
ପ୍ଳେଟ ମଗାନ୍ତି। ତା’ ଠୁ ଗରିବ ଅଣ୍ଡା ଝୋଳ ରେ ଶାନ୍ତି। ଆଉ ରହିଲା ମାଛ କଥା। କଣ୍ଟାକୁ ଯାହାର ଡର ନାହିଁ,ସେ ମାଛ ଭଜା ବା ମାଛ ବେଶରକୁ ଲୋଡ଼ନ୍ତି। ତେଣୁ ହୋଟେଲ ଗୁଡିକ ମଟନ ବିକି ରାତାରାତି ଧନୀ। ବାକି ପନିପରିବା ରନ୍ଧା ହୋଟେଲ ରେ ଚାହିଦା, ସେମିତି କିଛି ନାହିଁ।
ବର୍ତ୍ତମାନ ଓଡିଶାରେ ହଇଚଇ। ଯେଉଁମାନେ ଏକ ନିର୍ଦ୍ଧିଷ୍ଟ ହୋଟେଲ ରେ ମଟନ ସହିତ ଗୋ ମାଂସ ଖାଇଥିଲେ। ସେମାନେ ମନେ ମନେ ବିଳାପ କରୁଥିବେ:- ଛି ଛି କି କଥା ହେଲା, ଗୋମାଂସ ଖାଇଲୁ। ଯଦି ପରିବାରର ସହ ଖାଇଥିବେ,
ପରସ୍ପର ମୁହଁକୁ ମୁହଁ ଚାହାଁ ଚୁହିଁ, ପୁଣି ତଳକୁ ମୁଣ୍ଡ ପୋତି ହୋଇ ରହୁଥିବେ। ଯେଉଁ ହୋଟେଲ କୁ ଯାଇଥିଲେ,ସେ ହୋଟେଲ ରେ ନାଁ ଧରୁ ନଥିବେ। ଯଦି ସପରିବାରେ ଯାଇଥିବେ,ବାହାରେ ନ କହିବା ପାଇଁ ପିଲାମାନଙ୍କୁ ସାବଧାନ କରାଉଥିବେ । ସେମାନେ ନିଜକୁ ହିନ୍ଦୁ ନା ଅନ୍ୟ ଧର୍ମାବଲମ୍ବୀ ଲୋକ ବୋଲି ଅନ୍ତରେ ଅନ୍ତରେ ବିବେଚନା କରୁଥିବେ। ଆଗାମୀ ଦିନରେ ସେମାନେ ମଟନ ଖାଇବାକୁ ଇଛା କରିବେ କି ନାହିଁ,ଭାବି ପାରୁ ନଥିବେ । କିବା ସେମାନଙ୍କ ହୋଟେଲ ଖିଆ ସବୁ ଦିନ ପାଇଁ ବନ୍ଦ କରିବେ…. ଏହି କଥାକୁ ନେଇ ମାଂସ ର
ବିଳାପ କରୁଥିବେ।
(କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)