ମହୁ ମାଛି ଆକ୍ରମଣରେ ମହିଳାଙ୍କ ଅକାଳ ମୃତ୍ଯୁ ।

ମାଲକାନଗିରି,୦୬/୧୨(ପିପିଟି): ପଡିଆ ବ୍ଳକର ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଗୋରଖପାଲ୍ଲୀ ଗ୍ରାମର ଜଣେ ମହିଳା ମହୁ ମାଛି ଆକ୍ରମଣର ଶିକାର ହୋଇ ଆଜି ଅକାଳ ରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୋରଖପାଲ୍ଲୀ ଗ୍ରାମର ଗାଙ୍ଗି ପଦିଆ ନାମ୍ନୀ ଜନୈକା ଆଦିବାସୀ ମହିଳା ଗତକାଲି ଅପରାହ୍ନରେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲା ବେଳେ ହଠାତ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ସେ ଚିତ୍କାର କରିବା ଫଳରେ ଅନତି ଦୂରରେ ଥିବା ମହିଳା ମାନେ ମହୁ ମାଛିର ଶିକାର ହୋଇ ଥିବା ମହିଳାକୁ ଗୁରୁତର ଆହାତ ଅବସ୍ଥା ରେ ତାକୁ ଉଦ୍ଧାର କରିଥିଲେ। ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଗାଙ୍ଗିର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧିନ ଅବସ୍ଥାରେ ଗାଙ୍ଗିର ଅକାଳ ରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment