ମହୁଲ ପଲ୍ଲୀ ଉ.ପ୍ରା ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ।

କୁକୁଡାଖଣ୍ଡି,୧୮/୦୪(ପିପିଟି); କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଲ ପଲ୍ଲୀ ଉ.ପ୍ରା ବିଦ୍ୟାଳୟରେ ନୂତନ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋରିଗାଁ ସରପଞ୍ଚ ବସନ୍ତ କୁମାର ସାହୁ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୁରୁଣ୍ଡି କ୍ଲଷ୍ଟର ସି.ଆର.ସି.ସି. ମନୋଜ କୁମାର ସାସମଲ , ପ୍ରଧାନ ଶିକ୍ଷକ ଗଗନ ବିହାରି ବେହେରା , ସହକାରୀ ଶିକ୍ଷକ ଡି.ରଜତ , ଶିବଶଙ୍କର ଚୌଧୁରୀ , ଶୁଭଶ୍ରୀ ସେଠି , ୱାର୍ଡ ମେମ୍ବର ଭାଣ୍ଡି ରାମଚନ୍ଦ୍ର , ଏସ.ଏମ.ସି ଚେୟାରପର୍ସନ ଏସ.ନରସିଂହ ପ୍ରମୁଖଙ୍କ ଉପସ୍ଥିତିରେ ନୂତନ ୬୮ ଜଣ ଛାତ୍ରଛାତ୍ରୀ ଙ୍କୁ ପୋଷାକ ଏକ ହଳ , ଜୋତା ଏକ ହଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ଶିକ୍ଷକ ଓ ଏସ.ଏମ.ସି ଚେୟାରପର୍ସନ ପୋଷାକ ବିତରଣରେ ସହଯୋଗ କରିଥିଲେ । ରାଜ୍ୟ ସରକାରଙ୍କ କୋଭିଡ଼ ନିୟମ ପାଳନ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଡି.ରଜତ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ।

(ରିପୋର୍ଟ- ଆରତ କୁମାର ହୋତା ।)

Comments (0)
Add Comment