ମହୁପଦର ଠାରେ ନୂତନ ବିଏସଏଫ୍ କ୍ଯାମ୍ପ ପ୍ରତିଷ୍ଠା ।

ମାଲକାନଗିରି,ତା:୨୯/୦୫(ପିପିଟି);ମାଥିଲି ବ୍ଲକ ସୀମାନ୍ତକୁ ଲାଗି ଛତିଶ ଗଡ ରାଜ୍ଯ । ଛତିଶ ଗଡର ମାଓବାଦୀମାନେ ମହୁପଦର ନିକଟସ୍ଥ ତୁଳସୀ ପାହାଡ ସଂରକ୍ଷିତ ଜଙ୍ଗଲରେ ଆତ୍ମଗୋପନ କରି ଅନେକ ମାଓ ହିଂସା କାଣ୍ଡ ଘଟାଇବା ସହ ଧନ ଜୀବନ ହାନି ହେବାର ଯଥେଷ୍ଟ ଦୃଷ୍ଟାନ୍ତ ରହିଛି । ମହିପଦର ଅଞ୍ଚଳରେ ଠିକାଦାରଙ୍କୁ ହତ୍ଯା,ରାସ୍ତା ନିର୍ମାଣ କାର୍ଯ୍ଯରେ ପ୍ରତି ବନ୍ଧକ,ଠିକାଦାରଙ୍କ ଟ୍ରକ,ଟ୍ରାକ୍ଟର,ରୋଲର, ପ୍ରୋକ୍ଲେନ ମେସିନ ଆଦି ପୋଡି ନଷ୍ଟ କରିବା,ପ୍ରଜାକୋର୍ଟରେ ଦଣ୍ଡ ବିଧାନ କରିବା, ସ୍ଥାନୀୟ ଲୋକମାନଙ୍କୁ ଅପହରଣ ମାର ପିଟ କରିବା ପ୍ରଭୃତି ମାଓ ହିଂସା ସୀମାନ୍ତ ବର୍ତ୍ତୀ ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦର ପଞ୍ଚାୟରେ ବର୍ଷ ବର୍ଷ ଧରି ମାଓବାଦୀଙ୍କ ବର୍ବର କାଣ୍ଡ ଜନ ଜୀବନକୁ କବଳିତ କରି ରଖିଥିଲା ବେଳେ ମାଓ କାର୍ଯ୍ଯ କଳାପକୁ ସମୂଳେ ଦମନ କରିବା ପାଇଁ ମହୁପଦର ଠାରେ ଏକ ନୂତବ ବିଏସଏଫ କ୍ଯାମ୍ପ ପ୍ରତିଷ୍ଠା କରାଯାଇଛି । ବିଏସଏଫ-୧୬୦ ବାଟାଲିୟାନର ଯବାନମାନେ ଏଠାରେ ରହି ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖି ମାଓବାଦୀଙ୍କୁ ତୁଳସୀ ସଂରକ୍ଷଣ ଜଙ୍ଗଲରୁ ମୁକ୍ତ କରିବାକୁ ଆପ୍ରୀଣ ଉଦ୍ଯମ କରିବା ସହ ଏହି ଅଞ୍ଚରେ ଶାନ୍ତି ସୁରକ୍ଷା ଦେବାରେ ଯଥେଷ୍ଠ ସହାୟକ ହେବ । ଏହି ପ୍ରତିଷ୍ଠା ସମୟରେ ବିଏସଏଫ-୧୬୦ ବାଟାଲିୟାନର କମାଣ୍ଡେଣ୍ଟ ତୀର୍ଥ ଆଚାର୍ଯ୍ଯ,ମାଲକାନଗିରି ଏସପି ଋଷିକେଶ ଡି ଖିଲାରୀ,ଜିଲ୍ଲା ବିଏସଏଫ ଗୁରନ୍ଦା ମୁଖ୍ଯ ଶୁଭ ରଞ୍ଜନ ମହାପାତ୍ର,ଏସଡିପିଓ ମନୋଦ କୁମାର ସିଂ,ମାଥିଲି ଥାନା ଅଧିକାରୀ ରଘୁନାଥ ମାଝୀ,ମହୁପଦର ସରପଞ୍ଚ ଶିବ ଶଙ୍କର ଦୁରୁଆ,କମାରପଲ୍ଲୀ ସରପଞ୍ଚ ବସନ୍ତ ମାଢୀ ଏବଂ ଗ୍ରାମବାସୀମାନେ  ଉପସ୍ଥିତ ଥିଲେ । ଏହି ଅଞ୍ଚଳର ମାଓବାଦୀମାନେ ଆତ୍ମ ସମର୍ପଣ କରି ସମାଜର ମୁଖ୍ଯ ସ୍ରୋତରେ ସାମିଲ ହେବାକୁ ଆହ୍ବାନ କରାଯାଇଛି ।ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ରାଜ୍ଯ ସରକାରଙ୍କ ମାଓ ଥଇଥାନ ନିୟମ ଅନୁସାରେ ସମସ୍ତ ପ୍ରକାର ସାହାଯ୍ଯ ସହଯୋଗ କରାଯିବ ବୋଲି ବିଏସଏଫ ତରଫରୁ କୁହାଯାଇଛି ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment