ନୀଳଗିରି,୨୨/୧୨: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କାର୍ଯ୍ୟରତ ଜଣେ ମହିଳା ସୁରକ୍ଷା କର୍ମୀ(ସିକ୍ୟୁରିଟି ଗାର୍ଡ଼)ଙ୍କୁ ବ୍ଲାକମେଲିଂ କରି ବଳାତ୍କାର କରିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ତହସିଲ କର୍ମଚାରୀଙ୍କୁ ଗିରଫ କରିଛି ।
ନୀଳଗିରି ଥାନା ଅଧୀନ ତିନିଦେଶ ଗାଁର ତଥା ସ୍ଥାନୀୟ ତହସିଲର ଠିକା କର୍ମଚାରୀ ରିଙ୍କୁ ଓରଫ ଆଲୋକ ପଣ୍ଡା(୨୮) ପ୍ରାୟ ବର୍ଷେ ତଳୁ ସ୍ଥାନୀୟ ଜଣେ ମହିଳା ସୁରକ୍ଷା କର୍ମୀଙ୍କ ସହ ସମ୍ପର୍କରେ ଥିଲେ । ଉଭୟେ ୨୦୨୩ ମସିହା ଅଗଷ୍ଟ ମାସରେ ବାଲେଶ୍ୱର ନୋଟାରିରେ ବିବାହ କରିଥିଲେ । କିନ୍ତୁ ବୈଦିକ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ବ୍ଲାକମେଲିଂ କରୁଥିଲେ ଏବଂ ବାରମ୍ବାର ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲେ ବୋଲି ସୁରକ୍ଷା କର୍ମୀ ଜଣକ ଅଭିଯୋଗ କରିଛନ୍ତି । ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ତହସିଲ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଆଜି ଉଭୟଙ୍କ ଡାକ୍ତରୀମାଇନା କରାଯିବା ପରେ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ କହିଛନ୍ତି ।