ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ସ୍ମାରକପତ୍ର ପ୍ରଦାନ ।

ଭଞ୍ଜନଗର, ୦୭/୦୪(ପିପିଟି):ପୁରୀ ସିଂହଦ୍ୱାର ସାମନାରେ ରବିବାର ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ କିଛି ସେବାୟତମାନେ ଆକ୍ରମଣ କରିବା ଘଟଣା ପ୍ରତିବାଦରେ ଭଞ୍ଜନଗର ସାମ୍ବାଦିକ ସଙ୍ଘ ଏକାଠି ହୋଇ ଘଟଣାକୁ ଦୃଢ଼ ନିନ୍ଦା କରିଛି।ସୋମବାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି।ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକ ମାନେ ରାଜ୍ୟରେ ସୁରକ୍ଷିତ ନଥିବାରୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବାକୁ ଦାବୀ କରିଛନ୍ତି।ଯଦି ଶ୍ରୀକ୍ଷେତ୍ରରେ ସାମ୍ବାଦିକଙ୍କ ଉପରେ ସେବାୟତମାନେ ଏଭଳି ଅତ୍ୟାଚାର କରୁଛନ୍ତି ତାହେଲେ ଭକ୍ତ ମାନଙ୍କୁ କିଏ ସୁରକ୍ଷା ଦେବ।ତେଣୁ ଶ୍ରୀ ମନ୍ଦିର ପ୍ରଶାସନ ଏହାକୁ ଗୁରୁତର ସହ ବିଚାର କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ବୋଲି ସେମାନେ କହିଛନ୍ତି।ଏଥିରେ ବରିଷ୍ଠ ସାମ୍ବାଦିକ ଲୋକନାଥ କର, ଜୟକୃଷ୍ଣ ପଟ୍ଟନାୟକ, ଅମରେନ୍ଦ୍ର ପଟ୍ଟନାୟକ,ବିଶ୍ବମ୍ବର ଜେନା, ରାଜେଶ ପଣ୍ଡା,ଧନଞ୍ଜୟ ପଟ୍ଟନାୟକ, ଲୋକନାଥ ମହାନ୍ତି, ନିଲୁ ବିଷୋୟୀ,ବିରେନ୍ଦ୍ର ସ୍ୱାଇଁ, ମନୋଜ ଗୌଡ଼, ଅରକ୍ଷିତ ପରିଛା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment