ମହିଳା କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କଲେ ମଧୁସ୍ମିତା ।

ଯାଜପୁର,୧୮/୦୯(ପିପିଟି):ମହିଳା କଂଗ୍ରେସ ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ ରାଜ୍ୟ ସରକାର ଓ ପୁଲିସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ତୀବ୍ର ସମାଲୋଚନା କରିଛନ୍ତି । ଭୁବନେଶ୍ୱର କମିଶନରେଟ ପୁଲିସରେ କାର୍ଯ୍ୟରତ ୨୫ ବର୍ଷୀୟା ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ନିଖୋଜ ଓ ପରେ ତାଙ୍କ ମୃତଦେହ କେନ୍ଦୁଝର ଜିଲା ଘଟଗାଁ ନିକଟରୁ ପୋତା ଅବସ୍ଥାରେ ଉଦ୍ଧାର ହେବା ଘଟଣାକୁ ନେଇ ସେ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମଧୁସ୍ମିତା ରାଜ୍ୟରେ ଆଇନ ଥିବା ଭଳି ମନେ ହେଉନାହିଁ। ରାଜ୍ୟରେ ଆଇନକାନୁନ ପରିସ୍ଥିତି ସମ୍ପୂର୍ଣ ବିପର୍ଯ୍ଯସ୍ତ। ସୁରକ୍ଷା ଯୋଗାଉ ଥିବା ପୁଲିସ ବି ଆଜି ଅସୁରକ୍ଷିତ ନାହାଁନ୍ତି । କନଷ୍ଟେବଳଙ୍କୁ ଜୀବନରୁ ମାରି ଦେଇଛନ୍ତି ହତ୍ୟାକାରୀ। ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ରହିଛି। ତେଣୁ ତୁରନ୍ତ ହତ୍ୟାକାରୀ ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠନ ନିଆଯଉ ବୋଲି ମଧୁସ୍ମିତା କହିଛନ୍ତି।

Comments (0)
Add Comment