ମହିଳାଙ୍କ ଅସ୍ବଭାବିକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ପୁଲିସ ଓ ପରିବାର।

କଟକ,୨୫/୦୩‌‍(ପିପିଟି):କଟକ ଜଗତପୁର ଥାନା ଅନ୍ତର୍ଗତ ମୁତାରିଫା ପଞ୍ଚାୟତ ଭୈରପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଘରେ ଗତକାଲି ରାତିରେ ଜଣେ ମହିଳାଙ୍କର ହଠାତ୍ ଅସ୍ବଭାବିକ ଭାବରେ ମୃତ୍ୟୁ ଘଟିଥିଲା। ଏହି ଘଟଣା କୁ ନେଇ ଜଗତପୁର ପୋଲିସ,ପାଗା ଫାଣ୍ଡି ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସୁଚନା ଅନୁସାରେ ଗତକାଲି ରାତିରେ ଅମଜାଦ ବିବି ନିଜ ଜ୍ବାଇଁ ଘରୁ ଫେରି ନିଜ ଘରେ ନାତି ସହିତ ରାତ୍ରି ଭୋଜନ କରି ଏକା ସାଙ୍ଗରେ ଶୋଇଥିଲେ ତେବେ ରାତି ୧୧ଟା ସମୟରେ ନାତି ପରିଶ୍ରା କରିବାକୁ ବାହାରକୁ ଆସିଥିଲେ ମାତ୍ର ନାତି ପରିଶ୍ରା କରି ଫେରିବା ପରେ ଦେଖେ ତ ୪ ଜଣ ଯୁବକ ତାଙ୍କ ଶୋଇବା ଘରୁ ହଠାତ୍ ବାହାରି ଦୌଡ଼ି ପଳାଇଥିଲେ ଏବଂ ଆଈ ଅମଜାଦ ବିବି ଜିଭ ବାହାର କରି ଖଟରେ ପଡ଼ି ରହିଛନ୍ତି। ପରେ ପରେ ନାତି ତାଙ୍କର ପରିବାର ଲୋକଙ୍କୁ ଡାକି ଏ ଘଟଣା ସମ୍ପର୍କରେ ଜଣାଇଥିଲେ ଏବଂ ପରିବାର ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ ଜଗତପୁର ଥାନାକୁ ଜଣାଇଥିଲେ। ଖବର ପାଇ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ମାତ୍ର ରାତି ଅତ୍ୟଧିକ ହୋଇଥିବାରୁ ତଦନ୍ତରେ ଅସୁବିଧା ହୋଇଥିଲା ତେଣୁ ଆଜି ସକାଳେ ଘଟଣା ସ୍ଥଳରେ ପୁନର୍ବାର ସାଇଣ୍ଟିଫିକ୍ ଟିମ୍ ସହ ଜୋନ୍ ଓ୍ବାନ ଏସିପି ଅରୁଣ ସ୍ବାଇଁ ଓ ଜଗତପୁର ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଉକ୍ତ ସ୍ଥାନର ପାରିପାର୍ଶ୍ୱିକ ପରିସ୍ଥିତି କୁ ଭଲ ଭାବରେ ତଦନ୍ତ କରି ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ।କିଏ ସେହି ୪ଜଣ ଦୃର୍ବୁତ୍ତ କାହିଁକି ପଶିଥିଲେ ଘରେ ,କଣ କାରଣ ଥିଲା ଘରେ ପଶିବାର ,ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସମସ୍ତଙ୍କୁ ସନ୍ଦେହ ଘେରରେ ଛନ୍ଦି ଥିବା ବେଳେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

Comments (0)
Add Comment