ମହାଶିବରାତ୍ରି ଜାଗର ଯାତ୍ରା ପାଇଁ ଚଳ ଚଞ୍ଚଳ ପାଟବନ୍ଧ ପ୍ରସିଦ୍ଧ ପଶ୍ଚିମେଶ୍ୱରଙ୍କ ପୀଠ।

ବୋଲଗଡ଼,୧୮/୦୨(ପିପିଟି):ଆଜି ହେଉଛି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରି ଜାଗର ଯାତ୍ରା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ରହିଥିବା ଶୈବପୀଠ ଯଥା ବାଙ୍କୋଇର ତାରେଶ୍ୱର ଦେବ,ସୁନାଖଳା ନୀଳକଣ୍ଠେଶ୍ଵର ଓ ଅମୃତେଶ୍ୱର, ଖଉରୁଣୀର ନୀଳକଣ୍ଠେଶ୍ଵର, ତାଳତୁମ୍ବର ପଶ୍ଚମେଶ୍ୱରଦେବ, ଅସରଳାର ଅମୃତେଶ୍ୱର, ସାଗରଗୁଆଁର ନୀଳକଣ୍ଠେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ହୋଇଥିବାର ଦେଖିବାକୁ ମିଳିଛି। ସେହିପରି ପାଟବନ୍ଧର ବହୁପୁରାତନ ତଥା ଐତିହାସିକ ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱରଙ୍କ ପୀଠ ଏଠାରେ କାହିଁ କେଉ କାଳରୁ ବର୍ଷ ବର୍ଷ ଧରି ପାଳନ ହେଉଛି ମାହା ଶିବରାତ୍ରି ଜାଗର ଯାତ୍ରା । ଏଠାରେ ଥିବା ବୈଚିତ୍ର ସାଙ୍ଗକୁ ଆଧ୍ୟାତ୍ମିକ ପରମ୍ପରା ବର୍ଷସାରା ଶ୍ରାଦ୍ଧଳୁଙ୍କୁ ବେଶ ଆକର୍ଷିତ କରିଥାଏ। ମହା ଶିବରାତ୍ରୀ ଉପଲକ୍ଷେ ବହୁ ଶ୍ରଦ୍ଧାଳୁ ସମାଗମ ଦେଖିବାକୁ ମିଳିଛି। ଜାଗର ପାଇଁ ସନ୍ଧ୍ୟା ଆଳତି ସନ୍ଧ୍ୟା ଭୋଗ ପରେ ମଧ୍ଯରାତ୍ରିରେ ଠାକୁରଙ୍କ ମହା ଶିବରାତ୍ରୀ ବିଦ୍ଧି ବିଧାନ ସହିତ ନୀତି କାର୍ଯ୍ୟ ହୋଇ ମହାଧୂପ ଉଠୀଥାଏ। ଏହି ସମୟରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ହରିବୋଲ ହୁଳହୁଳିରେ ପଶ୍ଚିମେଶ୍ୱର ଙ୍କ ଶୈବପୀଠ ଉଛୁଳି ପଡ଼ିଥାଏ । ମହା ଶିବରାତ୍ରୀ ଉପଲକ୍ଷେ ଏହି ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାଗର ଯାତ୍ରାରେ ମହାଦୀପ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ତତ ସହିତ ବିଭିନ୍ନ ଶୈବ ପୀଠରେ ସାଂସ୍କୃତିକ ଓ ପ୍ରବଚନ କାର୍ଯ୍ୟକ୍ରମ ହେଉଥିବାର ଦେଖିବାକୁ ମିଳିଛି ଏବଂ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment