ବେଗୁନିଆ,୦୩/୦୮(ପିପିଟି) :ମହାନ୍ ସ୍ବାଧୀନତା ସଂଗ୍ରାମୀ, ବିପ୍ଲବୀ, ଋଷି, ମହାଯୋଗୀ ଶ୍ରୀଅରବିନ୍ଦ ଙ୍କ ୧୫୦ତମ ଜୟନ୍ତୀ ସମଗ୍ର ବିଶ୍ବ ତଥା ଭାରତବର୍ଷରେ ପାଳିତ ହେଉଥିବା ବେଳେ ଆଜି ଖୋଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବେଗୁନିଆ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି। ମୋ କଲେଜ ଅଭିଯାନ ଓ ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ବେଗୁନିଆ ଆନୁକୁଲ୍ୟରେ ତଥା ମହାବିଦ୍ୟାଳୟର ଅଧ୍ଯକ୍ଷ ଦିଲ୍ଲୀପ କୁମାର ମିଶ୍ରଙ୍କ ଅଧ୍ଯକ୍ଷତାରେଏକ ନୁତନ ଶ୍ରୀଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଖୋଦ୍ଧା ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଯୋଜକ ସୁରେନ୍ଦ୍ର ନାଥ ଜେନା, ମୁଖ୍ଯ ବକ୍ତା ଭାବେ ଯୁବ ସଂଗଠକ ସୂଯ୍ୟକାନ୍ତ ମହାରଣା, ସମ୍ମାନୀତ ଅତିଥି ଭାବେ ମାଧବ ଚନ୍ଦ୍ର ରାଉତରାୟ, ବୋଲଗଡ଼ ବ୍ଲକ ସଂଯୋଜକ ତଥା ସାମ୍ବାଦିକ ବିଶ୍ବଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପାଠଚକ୍ର ପ୍ରାରମ୍ଭ ରେ ଦିବ୍ୟ ଜନନୀ ଶ୍ରୀମା’ ପରମ ପ୍ରଭୁ ଶ୍ରୀଅରବିନ୍ଦଙ୍କ ଫଟୋ ବିଗ୍ରହରେ ଧୂପ ପୁଷ୍ପ ଦେଇ ଯନ୍ତ୍ର ସଂଗୀତ ସହ ଧ୍ଯାନ କରାଯାଇଥିଲା। ବେଗୁନିଆ ବ୍ଲକ ସଂଯୋଜକ ପ୍ରଶାନ୍ତ ପାଟ୍ଟଶାଣୀ ଦୁର୍ଗାସ୍ତୋତ ପାଠ କରିଥିଲେ। ଜିଲ୍ଲା ସଂଗଠକ ସୁରେନ୍ଦ୍ର ଭାଇ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଜୀବନୀ ତଥା ଦେଶ ସ୍ବାଧୀନତା ରେ ଶ୍ରୀଅରବିନ୍ଦଙ୍କ ଗୁରୁତ୍ବପୂର୍ଣ୍ଣ ଭୁମିକା ବିଷୟରେ ଆଲୋଚନା କରିଥିବା ବେଳେ ସୂଯ୍ୟକାନ୍ତ ଭାଇ ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ଶ୍ରୀଅରବିନ୍ଦ ପାଠଚକ୍ରର ଆବଶ୍ଯକତା ସଂମ୍ପର୍କରେ ଆଲୋକପାତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବେଗୁନିଆ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ସମସ୍ତ ଅଧ୍ୟାପକ ଅଧ୍ଯାପିକା ମାନେ ଅଂଶ ଗ୍ରହଣ କରିଥିଲେ । ସାମ୍ବାଦିକ ବିଶ୍ବଜିତ ଭାଇ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ନିଷ୍ଠା ଜୋନ ତରଫରୁ ଅନୁଷ୍ଠିତ ହୋଇଥିବା ଅତିମାନସ ଚେତନା ଜାଗରଣ ଯାତ୍ରା ସଂମ୍ପର୍କ ରେ ଜଣାଇବା ସହିତ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୫ଟି ସ୍ବପ୍ନ ଓ ତିନୋଟି ପାଗଳାମି ସଂମ୍ପର୍କରେ ଆଲୋଚନା କରିଥିଲେ। ଜଗତର ପରିବର୍ତ୍ତନ କ୍ଷେତ୍ରରେ ତଥା ନୂତନ ଯୁଗର ଆରମ୍ଭ ତଥା ଅତିମାନବ ସ୍ରୁଷ୍ଟି ପାଇଁ ଘରେ ଘରେ ଶ୍ରୀଅରବିନ୍ଦ ପାଠଚକ୍ର ହେବା ଦରକାର ବୋଲି ଉପସ୍ଥିତ ସମସ୍ତ ଅତିଥି ମାନେ ମତ ରଖିଥିଲେ। ପରିଶେଷରେ ଭଉଣୀ ଅରୋସ୍ମିତା ଏକ ମାତ୍ରୁ ସଂଗୀତ ଗାନ କରିଥିବା ବେଳେ ମହାବିଦ୍ୟାଳୟର ପ୍ରାଧ୍ୟାପକ କାତ୍ତିକ ଚନ୍ଦ୍ର ପୃଷ୍ଟି ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)