ମହାମାୟୀ କଲେଜରେ ଛାତ୍ରୀ ସଚେତନତା କାର୍ଯ୍ୟକ୍ରମ ।

ବ୍ରହ୍ମପୁର,୧୮/୦୭(ପିପିଟି):ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଭୟ ଗାନ୍ଧୀନଗର ତଥା ମିନାକ୍ଷୀ ନଗର କାମ୍ପସ୍ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ଆଭ୍ୟନ୍ତରିଣ ସମସ୍ୟା ତଥା ଯୌନ ଉତ୍ପୀଡନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରିଣି ଡ ସୁଜାତା ପଣ୍ଡିତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତୀୟ ମାନବ ଅଧିକାର କମିଶନ, ପୂର୍ବାଞ୍ଚଳ ଭାରତ, ଅଧ୍ୟକ୍ଷା (ନାରୀ) ତଥା ଅଧ୍ୟକ୍ଷା “ଅଗ୍ନି” ଓ ଉତ୍କଳ ମେଲ ଦକ୍ଷିଣ ଓଡିଶା ମୁଖ୍ୟ ଏବଂ ନିଉସ୍ ଏକ୍ସଟ୍ରା ଓ ଚେତାବନି ର ସମ୍ପାଦିକା ସୁଶ୍ରୀ ରସ୍ମିତା ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ କୌଣସି ଭୂଲ ପଦକ୍ଷେପ ନନେଇ ସମସ୍ୟାକୁ ସାମନା କରିବାକୁ ସଚେତନ କରିଥିଲେ । ମହାବିଦ୍ୟାଳୟର ଆଇସିସି ଆବାହକ ଡ. ଅମିତା କୁମାରୀ ପଣ୍ଡା, ସଦସ୍ୟା ତଥା ଯୁବ ରେଡକ୍ରସ୍ ସଂଯୋଜିକା ଡ.ସ୍ଵର୍ଣ୍ଣଲତା ପଟ୍ଟନାୟକ, ଅଧ୍ୟାପିକା ନୂତନ ମହାରଣା, ସନ୍ଧ୍ୟା ରାଣୀ ବେହେରା, ରିଚା ପାତ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ । ଆଇସିସି ସଦସ୍ୟା ତଥା ଛାତ୍ରୀ ପ୍ରତିନିଧି ବର୍ଷା ଲେଙ୍କା, ଭାରତି ବେହେରା ଉପସ୍ଥିତ ଥିବା ବେଳେ ଛାତ୍ରୀ କୁମକୁମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କୁ କଲେଜ ର ଆଭ୍ୟନ୍ତରିଣ ଓ ବିଭାଗୀୟ ସମସ୍ୟା ବିଷୟରେ ଆଇସିସି ସଦସ୍ୟା ମାନଙ୍କୁ ଜଣେଇ ବାକୁ ଅବଗତ କରାଯାଇଥିଲା ।

Comments (0)
Add Comment