ମହାବିଦ୍ୟାଳୟ ସ୍ତରୀୟ କରୋନା ସଚେତନ ସଭା ଅନୁଷ୍ଠିତ ।

ହିଞ୍ଜିଳିକାଟୁ,୧୮/୦୫(ପିପିଟି); କରୋନାର ଦ୍ବିତୀୟ ଲହରରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଛାତ୍ର ସମାଜ ତଥା ସେମାନଙ୍କ ପରିବାର ମଧ୍ୟରେ ସଚେତନତା ପାଇଁ ହିଞ୍ଜିଳିକାଟୁ ବିଜ୍ଞାନ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ମହାବିଦ୍ୟାଳୟ ସ୍ତରୀୟ ସଭା ଏକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼. ସ୍ୱସ୍ତିକା ପାଢ଼ୀଙ୍କ ପୌରହିତ୍ୟରେ ଅୟୋଜିତ ଏହି ସଭାରେ ମହାବିଦ୍ୟାଳୟ ସହକାରୀ ଆର୍ଥିକ ପ୍ରଶାସକ ଡ଼. ବିନୋଦବିହାରୀ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଜାତୀୟ ସେବା ଯୋଜନାର ଗଞ୍ଜାମ ଜିଲା କାର୍ଯ୍ୟକ୍ରମ ଅଧିକାରୀ ଡ଼. ସ୍ୱର୍ଣ୍ଣଲତା ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ କରୋନା ମହାମାରୀକୁ କିପରି ମୁକାବିଲା କରାଯିବ ଏବଂ ଏହି ମହାମାରୀରେ ଛାତ୍ର ସ୍ବେଚ୍ଛାସେବୀଙ୍କ ଭୂମିକା ଅତ୍ୟନ୍ତ ନିର୍ଣ୍ଣାୟକ ବୋଲି ମତ ପ୍ରକାଶ କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡ଼ା. କୃଷ୍ଣ ସରନ ପାଲ ମୁଖ୍ୟବକ୍ତା ଭାବେ ଯୋଗଦେଇ କରୋନା ଆକ୍ରାନ୍ତଙ୍କ ଗୃହ ସଙ୍ଗରୋଧ, ଟେଲି ମେଡ଼ିସିନ ଓ ଟୀକାକରଣ ସମ୍ବନ୍ଧରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ସାଇଲଷ୍ମୀ ଅମ୍ବାତି, ଅକ୍ଷୟ କୁମାର ପ୍ରଧାନ ଓ ବିଦ୍ୟାଧର ସେଠୀ ସଭା ପରିଚାଳନା କରିଥିବାବେଳେ ଗଣେଶ ସାହୁ ବୈଷୟିକ ସହାୟତା କରିଥିଲେ। ଛାତ୍ର ସ୍ୱେଚ୍ଛାସେବୀ ଏନ. ନୀଳମାଧବ ପାତ୍ରଙ୍କ ପ୍ରଚେଷ୍ଟାରେ ଅନ୍ୟ ମହାବିଦ୍ୟାଳୟ ତଥା ବାହାର ରାଜ୍ୟର ବହୁ ଛାତ୍ର ଛାତ୍ରୀ ସଭାରେ ଯୋଡିହୋଇଥିଲେ। ଛାତ୍ର ସ୍ବେଚ୍ଛାସେବୀ କେ. ଅମରନାଥ, କାହ୍ନୁ ବେହେରା, ଶିବରାମ ଗୌଡ଼, ଲଷ୍ମୀ ପାଢ଼ୀ, ପାୟଲ, ସୁମନ ସ୍ମିତା ଓ ଧରଣୀ ମୁନି ପ୍ରମୁଖ ସଭାରେ ଯୋଡି ହୋଇ ବିବିଧ ପ୍ରଶ୍ନ ପଚାରିଥିଲେ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Comments (0)
Add Comment