ମହାନ ସଂଘ ର ୩୭ତମ ପ୍ରସ୍ତୁତି ବୈଠକ ।

ବ୍ରହ୍ମପୁର,୦୧/୦୨(ପିପିଟି):ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘର ୩୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ କରିବା ନେଇ ଏକ ପ୍ରସ୍ତୁତି ବୈଠକ ସଂଘର କାର୍ଯ୍ୟାଳୟ ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃୟାରୀ ୫ ତାରିଖରେ ହିଲ୍ ପାଟଣା ସ୍ଥିତ ସଂସ୍କୃତି ଭବନ ଠାରେ ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ , ନୂଆଦିଲ୍ଲୀ ସହଯୋଗ ରେ ସକାଳ ୯ ଘଟିକା ରେ ସନ୍ଧ୍ୟା ୯ ଘଟିକା ପର୍ଯ୍ୟନ୍ତ ବିଭିନ୍ନ କାର୍ଯକ୍ରମ ଆୟୋଜନ ନେଇ ଚୂଡ଼ାନ୍ତ ହୋଇଛି। ଉଦ୍‌ଘାଟନ ଅଧିବେଶନ ରେ”ଯୁବ ସଶକ୍ତିକରଣ” ଶୀର୍ଷକ ଆଲୋଚନା ଚକ୍ରରେ ୩୦୦ ରୁ ଉର୍ଦ୍ଧ୍ବ ଯୁବକଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ସନ୍ଧ୍ୟା ରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହେବ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନରେ ନିମନ୍ତେ ବ୍ୟକ୍ତିତ୍ଵ ଓ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ଛାତ୍ରଛାତ୍ରୀ ନିମନ୍ତେ ଚିତ୍ରାଙ୍କନ, ପ୍ରବନ୍ଧ ଓ ଏକକ ନୃତ୍ୟ ପ୍ରତିଯୋଗିତା ଆୟୋଜନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଅବସରରେ ପ୍ରକାଶ ଭାଜାଣି,ଏନ ବି ଦାଭେ, ପ୍ରକାଶ ପାତ୍ର,ରାମେସ୍ୱରୀ ନନ୍ଦ, ବିନୀତି ପାତ୍ର,ଭାରତୀ ପାତ୍ର, ମନୋଜ ସାବତ,ଉମା ବେହେରା, ମନୋଜ ସାହୁ, ସଞ୍ଜୟ ମାଝୀ, ମହାଲକ୍ଷ୍ମୀ ଗୌଡ଼,ସବିତା ସାହୁ, ପ୍ରଣବ ପଣ୍ଡା,ସନ୍ଧ୍ୟାରାଣି ପଟ୍ଟନାୟକ, ସମୀର ଆଚାର୍ଯ୍ୟଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇ ସମ୍ମିଳନୀକୁ ସଫଳ କରିବା ନିମନ୍ତେ ଆଲୋଚନା କରିଥିଲେ।

Comments (0)
Add Comment