ମହାନ୍ ସଂଘ ପକ୍ଷରୁ “ଯୋଗ ମହୋତ୍ସବ – ୨୬” ଅନୁଷ୍ଠିତ ।

ବ୍ରହ୍ମପୁର,୦୩/୦୪(ପିପିଟି):ଯୋଗ ସୁସ୍ଥ ମସ୍ତିଷ୍କ ଗଠନ ସହ,ମଣିଷ କୁ ବିକଶିତ ହେବାରେ ସହାୟକ ହୋଇଥାଏ। ବର୍ତ୍ତମାନ ସମାଜରେ ଯେପରି ବିଭିନ୍ନ ପ୍ରକାର ରୋଗ ବ୍ୟାଧି ବଢ଼ିବାରେ ଲାଗିଛି, ସେଥିରୁ ମୁକ୍ତି ନିମନ୍ତେ ଯୋଗ ଅଭ୍ୟାସ ଏକ ମାତ୍ର ରାସ୍ତା। ଉପଯୁକ୍ତ ସ୍ୱାସ୍ଥ୍ୟ ଗଠନ ଦ୍ଵାରା ସୁସ୍ଥ ନାଗରିକ ସୃଷ୍ଟି ସହ ସୁସ୍ଥ ବିକଶିତ ଦେଶ ନିର୍ମାଣ ହୋଇପାରିବ। ଏଣୁ ଆବାଳ ବୃଦ୍ଧ ବନିତା, ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ,ନିୟମିତ ଯୋଗ ଅଭ୍ୟାସ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମୋରଜି ଦେଶାଇ ନ୍ୟାସନାଲ ଇନଷ୍ଟିୟୁସନ ଫର୍ ଯୋଗା ତରଫରୁ ଯୋଗର ପ୍ରସାର ପ୍ରଚାର ନେଇ ସାରା ଦେଶରେ ୧୦୦ ଟି ସହରରେ ୧୦୦ ଦିନ କାଉଣ୍ଟ ଡାଉନ୍ କାର୍ଯ୍ୟକ୍ରମ “ଯୋଗ ମହୋତ୍ସବ-୨୬” ର ୭୯ ଡେ ଟୁ ଗୋ କାର୍ଯ୍ୟକ୍ରମକୁ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ତରଫରୁ ୩ ଏପ୍ରିଲରେ ସ୍ଥାନୀୟ ଗୁରୁକୁଳ ଇଣ୍ଟରନେସନଲ ପବ୍ଲିକ ସ୍କୁଲ ଠାରେ ସକାଳ ୭ ଘଟିକାରେ ଏହି ବିଶାଳ ଯୋଗ ଉତ୍ସବ ଆୟୋଜନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପ୍ରେସ କ୍ଲବ ସଭାପତି ଅଶୋକ ବ୍ରହ୍ମା, ବିଶ୍ୱନାଥ ପଟ୍ଟନାୟକ,ଡ ସମେରନ୍ଦ୍ର ସାହୁ,ସୁଦୀପ ସାହୁ,ସାଂସଦଙ୍କ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା ପ୍ରମୁଖ ଯୋଦେଇଥିଲେ । ଯୋଗ ଆଚାର୍ଯ୍ୟ ପି ରାମା ରାଓ ପାତ୍ର,ଗୋପାଳ ସାହୁ,କେଦାରନାଥ ପଣ୍ଡା,ଯୋତି ପ୍ରସାଦ ସାହୁ,ଶୁଭେନ୍ଦୁ ଦାସ ପ୍ରମୁଖ ଯୋଗ ତାଲିମ ଦେଇଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଭାପତି ଶ୍ରୀ ସାବତ ପୁରଷ୍କୃତ କରିଥିଲେ। ସାଧାରଣ ସମ୍ପାଦକ ପ୍ରଶାନ୍ତ ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ଅଧ୍ଯକ୍ଷା ମଧୁଛନ୍ଦା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମକୁ ପୁଷ୍ପାଞ୍ଜଳି ମହାପାତ୍ର,ଅଲେଖ ଦାସ, ତପନ ପଣ୍ଡା,ସାଧନା ପାଢ଼ୀ,ଆଦିତ୍ୟ ରଥ,ମନୋରଞ୍ଜନ ପାଢ଼ୀ,ସସ୍ମିତା ମିଶ୍ର,ପ୍ରକାଶ ଵଜନି,ରାଜେଶ୍ୱରୀ ଦାସ,ଚନ୍ଦ୍ରକଳା ଦେବୀ,ସବିତା ସାହୁକାର,ଉମାଶଙ୍କର ପାଣି,ଇ ଭଗବାନ ବେହେରା,ସଞ୍ଜୟ ମାଝୀଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ,ଗଣ ମାଧ୍ୟମ ବ୍ୟକ୍ତିତ୍ଵ ସମେତ ୧୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Comments (0)
Add Comment