ମହାନ୍ ସଂଘ ପକ୍ଷରୁ ଅଟକ ବିହାରୀଙ୍କ ଜନ୍ମ ଜୟନ୍ତୀ ପାଳିତ।

ବ୍ରହ୍ମପୁର,୨୫/୧୨(ପିପିଟି):ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରି ଅଦ୍ୱିତୀୟ ନେତାଙ୍କ ଆଦର୍ଶରେ ଆଜିର ନେତା ମାନେ ଅନୁପ୍ରାଣୀତ ହୋଇପାରିଲେ ଭାରତ ରାମ ରାଜ୍ୟ ହୋଇପାରନ୍ତା ବୋଲି ଆଜି ମହାନ୍ ସଂଘ୍ ପକ୍ଷରୁ ୧୦୧ ତମ ଜୟନ୍ତୀ ପାଳନ ଅବସରରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୃସିହ ନାଥ ନନ୍ଦ,ରବିଶଙ୍କର, ପ୍ରକାଶ ଭାଜନି,ବୁଚି ବାବୁ, ଭି ରବିକୁମାର ଗୁପ୍ତା,ରାଜୀବ କୁମାର ମହାନ୍ତି,ବନ୍ଦିତା ତ୍ରିପାଠୀ,ଭଗବାନ ବେହେରା,ଅସ୍ମିତା ମହାନ୍ତି, ସାଧନା ପାଢ଼ୀ,ପୁଷ୍ପାଞ୍ଜଳି ମହାପାତ୍ର, ଶ୍ରୀକାନ୍ତ ସାବତ,ସିମାଞ୍ଚଳ ପାଣିଗ୍ରାହୀ, ତପନ ପଣ୍ଡା,ମନୋରଞ୍ଜନ ପାଢ଼ୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Comments (0)
Add Comment